18.1 C
Bhubaneswar
Friday, February 13, 2026
Homeଓଡିଶାଯାଜପୁର ଜଗନ୍ନାଥ ମନ୍ଦିରରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ

ଯାଜପୁର ଜଗନ୍ନାଥ ମନ୍ଦିରରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ

ଯାଜପୁର: ଯାଜପୁର ସହରର ସର୍ବପ୍ରାଚୀନ ଜଗନ୍ନାଥ ମନ୍ଦୀରରେ ମହାସମାରୋହରେ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସଦାବ୍ରତ ମଠ ମହନ୍ତ ପ୍ରଶାନ୍ତ କୁମାର ଦାଶଙ୍କ ତତ୍ବାବଧାନରେ ମନ୍ଦିରର ସମସ୍ତ ପୂଜକ ସକାଳୁ ତିନି ଠାକୁରଙ୍କ ନୀତିକାନ୍ତି କରିଥିଲେ। ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପହଣ୍ଡି କରି ରଥାରୁଢ଼ କରାଯାଇ ମନ୍ଦିର ଅଭିମୁଖେ ରଥ ଟଣା ହୋଇଥିଲା । ସମଗ୍ର ଅଞ୍ଚଳରେ ଘଂଟାଘଂଟା ହୁଳହୁଳିରେ ପ୍ରକମ୍ପିତ ହୋଇ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଶତାଧିକ ଶ୍ରଦ୍ଧାଳୁ ବାହୁଡ଼ା ଯାତ୍ରା ଦେଖିବା ପାଇଁ ଭିଡ ଜମାଇ ଥିଲେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ତହସିଲଦାର ତଥା ଟ୍ରଷ୍ଟି ଅଜୟ କୁମାର ପଣ୍ଡା, ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର ଙ୍କ ସମେତ ମନ୍ଦିର କମିଟି ସଭାପତି, ସଦସ୍ୟ ପ୍ରମୁଖ ଉପସ୍ଥିତ ରହି ବାହୁଡା ଯାତ୍ରା ପରିଚାଳନା କରିଥିଲେ । ମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ ହୋଇଥଲା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking