27.1 C
Bhubaneswar
Monday, July 1, 2024
Homeଦେଶ ବିଦେଶବଢ଼ିଲା ଏୟାରଟେଲ ରିଚାର୍ଜ ପ୍ଲାନ

ବଢ଼ିଲା ଏୟାରଟେଲ ରିଚାର୍ଜ ପ୍ଲାନ

ନୂଆଦିଲ୍ଲୀ : ଏୟାରଟେଲ ରିଚାର୍ଜ ଶୁଳ୍କକୁ ବୃଦ୍ଧି କରିଛି । ଜୁନ ୨୮ ଅର୍ଥାତ ଆଜି ଭାରତୀ ଏୟାରଟେଲ ଘୋଷଣା କରିଛି ଯେ, ୧୦ ରୁ ୨୧ ପ୍ରତିଶତ ନିଜର ଟେଲିକମ ସେବାଗୁଡିକର ଦର ବୃଦ୍ଧି କରିବ । ୨୦୨୧ ଡିସେମ୍ବର ପରେ ଏୟାରଟେଲ ଏହା ଦ୍ୱିତୀୟଥର ବୃଦ୍ଧି କରିଛି । ନୂଆ ଦର ୩ ଜୁଲାଇରୁ ଲାଗୁ ହେବ । ଭାରତୀ ଏୟାରଟେଲ ନିଜ ବିବୃତ୍ତିରେ କହିଛି ଯେ, ଏଣ୍ଟ୍ରୀ-ଲେବଲ ପ୍ଲାନ ପାଇଁ ମୂଲ୍ୟ ବୃଦ୍ଧିକୁ ନର୍ମାଲ ରଖାଯାଇଛି, ଯାହା ପ୍ରତିଦିନ ୭୦ ପଇସାଠାରୁ କମ । କମ୍ପାନୀ ଏକ୍ସଚେଞ୍ଜ ଫାଇଲିଙ୍ଗରେ କହିଛି ଯେ, ଭାରତରେ ଟେଲିକମ କମ୍ପାନୀଗୁଡିକ ପାଇଁ ଆର୍ଥିକ ଭାବେ ବିଜନେସ ମଡେଲକୁ ସକ୍ଷମ କରିବାକୁ ପାଇଁ ଆଭେରେଜ ରେଭେନ୍ୟୁ ପ୍ରତି ୟୁଜର୍ସ ୩୦୦ ଟଙ୍କା ଉପରେ ହେବା ଆବଶ୍ୟକ । ଭାରତୀ ଏୟାରଟେଲ ପୋଷ୍ଟପେଡ ପ୍ଲାନ ପାଇଁ ମାସିକ ଟାରିଫ ୧୦ ରୁ ୨୧ ପ୍ରତିଶତ ବଢାଇଛି । ଅନଲିମିଟେଡ ଭଏସ ପ୍ଲାନର ଟାରିଫକୁ ୧୧ ରୁ ୧୨ ପ୍ରତିଶତ ଏବଂ ଡେଲି ଡାଟା ପ୍ଲାନର ଟାରିଫ ପାଖାପାଖି ୧୨ରୁ ୨୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଛି । ସୂଚନା ଯୋଗ୍ୟ ଯେ, ଗତକାଲି ପ୍ରିପେଡ୍ ଯୋଜନାରେ ରିଲାଏନ୍ସ ଜିଓ ୨୫ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି କରିବାକୁ ଘୋଷଣା କରିଥିଲା । କମ୍ପାନୀ ଦ୍ୱାରା ଜୁନ୍ ୨୭ ଅର୍ଥାତ ଗୁରୁବାର ଦିନ ଏହି ଘୋଷଣା କରାଯାଇଥିଲା ଯାହାକି ଦୁଇ ବର୍ଷ ମଧ୍ୟରେ ପ୍ରଥମ ବୃଦ୍ଧି ହେବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking