33.1 C
Bhubaneswar
Wednesday, April 1, 2026
Homeଓଡିଶାବଡସାହି ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଉଦଯାପିତ

ବଡସାହି ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଉଦଯାପିତ

ମୟୁରଭଞ୍ଜ: ବଡ଼ସାହି ବ୍ଲକର ବିଜୟ ଉଚ୍ଚ ବିଦ୍ୟାଳୟ ବାଘମରା ରେ ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଅଛି। ପ୍ରଧାନଶିକ୍ଷକ ଦିଲ୍ଲୀପ କୁମାର ମହାନ୍ତ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।ପ୍ରଧାନ ଶିକ୍ଷକ ତଥା ବିଜ୍ଞାନମେଳା ର ସଂଯୋଜକ ପୂର୍ଣ୍ଣଚନ୍ଦ୍ର ସାହୁ ବିଜ୍ଞାନମେଳାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ । ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ମଧୁସ୍ମିତା ଗିରି ଅଧ୍ୟକ୍ଷତା କରିଥିଲେ ,ମୁଖ୍ୟ ଅତିଥି ଅତିରିକ୍ତ ଶିକ୍ଷା ଅଧିକାରୀ ଗୌତମ ପାତ୍ର ଆନୁଷ୍ଠାନିକ ଭାବରେ ଉଦ୍ଦଘଟାନ କରିବା ସହିତ ପତାକା ଉତ୍ତୋଳନ କରିଥିଲେ , ସ୍ଵତନ୍ତ୍ର ଅତିଥି ସହକାରୀ ପ୍ରାଧ୍ୟାପକ ସରୋଜ କୁମାର ନାୟକ , ମୁଖ୍ୟ ବକ୍ତା ବରିଷ୍ଠ ବୈଜ୍ଞାନିକ ଡି.ଆର.ଡି.ଓ ସୁଭାଶିଶ ମାରାଣ୍ଡି , ସମ୍ମାନୀୟ ଅତିଥି ତହସିଲଦାର ବଡସାହି କରୁଣାକର ଧିନ୍ଦା ସରପଞ୍ଚ ତଅପଇ ସିଂ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଅନୁସନ୍ଧାନ ମୋନବୃତ୍ତି ତଥା ବିଜ୍ଞାନ ଚିନ୍ତାଧାରାରେ ଉଦବୋଧ ହେବା ପାଇଁ ପରାମର୍ଶ ଦେଇଥିଲେ। ବିଚାରକ ଭାବରେ ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ସୁଦର୍ଶନ ପଣ୍ଡା , ନଳିନୀ ଚୌଧୁରୀଙ୍କୁ ମୂଲ୍ୟନଙ୍କରେ ଦେବରାଜ ନାୟକ ଓ ତପନ କୁମାର ଦାସ ସହଯୋଗ କରିଥିଲେ । ପୋଷଣୀୟ କୃଷି, ଆବର୍ଜନା ବିନିଯୋଗ , ଆଧୁନିକ ବୈଷୟିକ ବିଜ୍ଞାନ ଓ ଆନନ୍ଦ ଦାୟିକ ଗାଣିତିକ ମୋଟ ୧୪୧ ପ୍ରକଳ୍ପ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ତଥା ଶିକ୍ଷକ ବୃନ୍ଦ ପ୍ରଦର୍ଶିତ କରିଥିଲେ। କାର୍ଯ୍ୟକ୍ରମକୁ ବାଣୀଶ୍ରୀ ସିଂ , ବିଶ୍ଵନାଥ ସାହୁ , ଜୟନ୍ତ କୁମାର ଜେନା ଓ ନିରୋଦ ସୁନ୍ଦର ଜେନା ମିଳିତ ଭାବେ ମଞ୍ଚ ପରିଚାଳନା କରିଥିଲେ। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଉପାଧ୍ୟକ୍ଷ କାଞ୍ଚନ କୁମାର ପ୍ରଧାନ ଏବଂ ସ୍ୱତନ୍ତ୍ର ଅତିଥି ଭାବେ ସହକାରୀ ଗୋଷ୍ଠି ଶିକ୍ଷାଧିକାରୀ ଅଭିରାମ ନାଏକ ଉପସ୍ଥିତ ରହି ବିଜ୍ଞାନର ଅନୁସନ୍ଧାନ ପାଇଁ ଆଗ୍ରହ ଓ ଏକାଗ୍ରତା ରହିବା ପାଇଁ ଛାତ୍ର ଛାତ୍ରୀ ଶିକ୍ଷୟତ୍ରୀ ମାନଙ୍କୁ ଅତିଥି ବୃନ୍ଦ ଅନୁରୋଧ କରିଥିଲେ କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ବୃନ୍ଦ ପ୍ରମାଣ ପତ୍ର ସହ ପୁରସ୍କାର ପ୍ରଦାନ କରିଥିଲେ । ବାଘମାରା ଉଚ୍ଚ ବିଦ୍ୟାଳୟର ସଭାପତି ଶିଶିର କୁମାର ଦାସ , ସମସ୍ତ ଶିକ୍ଷକ ଓ ଅଣ ଶିକ୍ଷକ , ବ୍ଲକ ର ସମସ୍ତ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ସି.ଆର.ସି.ସି , ଜନସାଧାରଣ ତଥା ଆଞ୍ଚଳିକ ସ୍ଵେଚ୍ଛାସେବୀ ମାନେ ସହଯୋଗ କରିଥିଲେ ବିଜ୍ଞାନ ମେଳାର ଓଷ୍ଟାର ସମ୍ପାଦକ ଡକ୍ଟର ଡମ୍ବରୁ ଧର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking