ଭୁବନେଶ୍ୱର : ବଡମ୍ବାରେ ବିଜେଡିକୁ ଲାଗିଛି ବଡ ଝଟକା । ବିଜେଡି ଛାଡିଛନ୍ତି ବଡମ୍ବା ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି । ବିଜେଡିରୁ ଇସ୍ତଫା ଦେଇଛନ୍ତି ରଘୁପତି । ଦଳ ଛାଡିବା ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିକଟକୁ ଇସ୍ତଫା ପତ୍ର ସେ ପଠାଇଛନ୍ତି । ଏକ ପୋଷ୍ଟରେ ରଘୁପତି ଲେଖିଛନ୍ତି ବିଭିନ୍ନ ସାଂଗଠନିକ ଏବଂ ରାଜନୈତିକ କାୟ୍ୟ ବୃଦ୍ଧି କରିବାରେ ଦଳରେ ମୋ ସେବାରେ ଆବଶ୍ୟକତା ନାହିଁ ବୋଲି ଉପଲବ୍ଧି ମୁଁ କଲି ଏଣୁ ଦଳରୁ ମୁଁ ଇସ୍ତଫା ଦେଲି ।