ଭୁବନେଶ୍ୱର: ରାଜ୍ୟର ଶିଶୁବାଟିକାରେ ନିୟୋଜିତ ହେବେ ଶିଶୁ ସେବିକା । ଶିଶୁ ସେବିକା ନିୟୋଜିତ ନେଇ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି । ପିଲାଙ୍କ ଯତ୍ନନେବା ସହ ସହାୟତା କରିବେ ଶିଶୁ ସେବିକା ।ପିଲାଙ୍କ ହାତଧୂଆ,ଖାଇବା, ଟଏଲେଟ ଯିବାରେ ସହେଯାଗ କରିବେ । ପିଲା କନ୍ଦିଲେ କିମ୍ବା ଅଝଟ କଲେ ସେମାନଙ୍କୁ ବୁଝାଇବେ । ପିଲାଙ୍କ ବହି, ଖେଳନା ଆଦି ବିଭିନ୍ନ ସହାୟକ ଜିନିଷ ଯୋଗାଇବେ । ପିଲା କୌଣସି କାରଣରୁ ଅସୁସ୍ଥ ଥିଲେ ଶିକ୍ଷକଙ୍କୁ ଜଣାଇବେ । ପ୍ରତ୍ୟେକ ଦିନ ପିଲାଙ୍କ ଦିନ କେମିତି କଟିଲା ନୋଟ ପ୍ରସ୍ତୁତ କରିବେ । ପାଚିକାମାନଙ୍କୁ ସମାନୁପାତିକ ହାରରେ ଦରମା ପାଇବେ ଶିଶୁ ସେବିକା । ଶିକ୍ଷକଙ୍କ ଉପରୁ ଅଣ-ଶିକ୍ଷା କାର୍ଯ୍ୟ ହାଲକା କରିବାକୁ ଲକ୍ଷ୍ୟ ।