25.1 C
Bhubaneswar
Saturday, December 20, 2025
Homeଦେଶ ବିଦେଶସ୍କୁଟି ଧକ୍କାରେ ଶିଶୁକନ୍ୟା ଗୁରୁତର

ସ୍କୁଟି ଧକ୍କାରେ ଶିଶୁକନ୍ୟା ଗୁରୁତର

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶରେ ଭୟଙ୍କର ସଡକ ଦୁର୍ଘଟଣା । ୪ ବର୍ଷର ଶିଶୁକନ୍ୟାକୁ ଧକ୍କା ଦେଇଛି ଦ୍ରୁତଗାମୀ ସ୍କୁଟି । ଏହି ଦୁର୍ଘଟଣାରେ ଶିଶୁକନ୍ୟା ଜଣକ ଗୁରୁତର ଅବସ୍ଥାରେ ହସ୍ପିଟଲରେ ଭର୍ତ୍ତି ହୋଇଛି । ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡିନାହିଁ । ସୂଚନା ଅନୁସାରେ, ଶୁକ୍ରଭାର ସନ୍ଧ୍ୟାରେ ହାପୁର ନଗର କୋତୱାଲି ଅଞ୍ଚଳର ରେଳ ରୋଡରେ ଅବସ୍ଥିତ ପଞ୍ଜାବୀ କଲୋନିରେ ଏକ ୪ ବର୍ଷର ନିଷ୍ପାପ ଝିଅ ତାଙ୍କ ଘର ବାହାରେ ଖେଳୁଥିଲା । ସେହି ସମୟରେ ଦ୍ରୁତଗତିରେ ଅସୁଥିବା ଏକ ସ୍କୁଟି ଶିଶୁକନ୍ୟାକୁ ଧକ୍କା ଦେଇଥିଲା । ଧକ୍କା େଏତ ଜୋର ଥିଲା ଯେ ଝିଅଟିର ମୁଣ୍ଡରେ ଗମ୍ଭୀର ଆଘାତ ଲାଗିଛି । ଘଟଣା ପରେ ପରିବାର ଲୋକେ ତୁରନ୍ତ ତାକୁ ହସ୍ପିଟାଲ ନେଇଯାଇଥିଲା । ସେଠାରେ ଝିଅଟିର ଚିକିତ୍ସା ଚାଲିଛି । ଘଟଣା ପରେ ଶିଶୁକନ୍ୟାର ମାଆ ସ୍କୁଟି ଚାଳକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ଅଭିଯୋଗ ଦାଖଲ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking