25.1 C
Bhubaneswar
Wednesday, March 25, 2026
Homeଓଡିଶାପାଣି କୂଅରେ ପଡିଲା ହାତୀ ଛୁଆ

ପାଣି କୂଅରେ ପଡିଲା ହାତୀ ଛୁଆ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ମୁରିବାହଲ ରେଞ୍ଜରେ ପୁଣି ଏକ ହାତୀ ଛୁଆ କୂଅରେ ପଡ଼ିଥିବା ଘଟଣା ସାମ୍ନାକୁ ଆସିଛି। ଆଜି ସକାଳୁ ମୁରିବାହଲ ରେଞ୍ଜ ଅନ୍ତର୍ଗତ ଲତାସହଡ଼ାରେ ପୁଣି ଏକ ହାତୀ କୂଅରେ ପଡ଼ିଥିବା ସୂଚନା ମିଳିଛି।  କିଛିଦିନ ଆଗରୁ ଏକ ହାତୀ ଛୁଆ ବିଜାମାଲ ଗାଁର ଏକ କୂଅରେ ପଡ଼ିଥିଲା। ଏଥିରେ ବାହାରକୁ ବାହାରିବା ପରେ ଅନେକ ଲୋକଙ୍କୁ ହାତୀ ଘଉଡ଼ାଇଥିଲା। ଏଥିରେ ଜଣେ କେନ୍ଦୁ ଲିଫ କର୍ମଚାରୀ ମଧ୍ୟ ଗୁରୁତର ହୋଇଥିଲେ। ଗତକାଲି ରାତିରେ, ହାତୀ ଛୁଆଟି ବିଜାମାଲ ଗାଁ ଦେଇ ଯାଉଥିବା ସମୟରେ ଏକ ପରିତ୍ୟକ୍ତ କୂଅରେ ପଡ଼ିଯାଇଥିଲା।  ଗାଁ ମୁହାଁ ହେଉଥିବା ଏହି ବଣୁଆ ହାତୀ ପାଇଁ ଅନ୍ୟମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି ।ସୂଚନା ଅନୁଯାୟୀ,  ଗୁରୁବାର ସକାଳେ ହାତୀ ଛୁଆଟି ପରିତ୍ୟକ୍ତ କୂଅରେ ପଡ଼ିଥିବା ଦେଖାଯାଇଥିଲା। ସ୍ଥାନୀୟ ଲୋକମାନେ ଏହା ଦେଖିବା ପରେ ବନ ବିଭାଗକୁ ଖବର ଦେଇଥିଲେ।ଖବର ପାଇ, ବନ ବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହା ସହିତ, ମୁରିବାହାଲର ଅଗ୍ନିଶମ ସେବା କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking