22.1 C
Bhubaneswar
Friday, February 6, 2026
Homeଓଡିଶାଚିକିତ୍ସାଧୀନ ଅବସ୍ଥାରେ ହାତୀ ଛୁଆ ମୃତ

ଚିକିତ୍ସାଧୀନ ଅବସ୍ଥାରେ ହାତୀ ଛୁଆ ମୃତ

କେନ୍ଦୁଝର: ଚମ୍ପୁଆ ରେଞ୍ଜ ଯୋଡ଼ା ସେକ୍ସନ କାନପୁର ଡ୍ୟାମ କଣ୍ଡରା ନିକଟରୁ ଉଦ୍ଧାର କରାଯାଇଥିବା ଏକ ଅସୁସ୍ଥ ହାତୀ ଛୁଆର ଗୁରୁବାର ରାତି ୩.୩୦ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ପ୍ରକାଶ ଯେ ଗତ ୪ ତାରିଖ ଦିନ ଉକ୍ତ ହାତୀ ଛୁଆଟି ଛୋଟେଇ ଛୋଟେଇ ଚାଲୁଥିବା ବନ ବିଭାଗ ଜାଣିବାକୁ ପାଇଥିଲା । ଦଳରୁ ଅଲଗା ହେଉନଥିବାରୁ ହାତୀ ଛୁଆର ଚିକିତ୍ସା କରିବା ସମ୍ଭବପର ହେଉନଥିଲା ।

ଗତକାଲି ମଧ୍ୟାହ୍ନରେ କାନପୁର ଡ୍ୟାମ ସ୍ପିଲ ୱେ ତଳେ ୮ଟିକିଆ ହାତୀ ଦଳରୁ ହାତୀ ଛୁଆକୁ ଅଲଗା କରିବାରେ ବନ ବିଭାଗ ସଫଳ ହେବା ପରେ ଚିକିତ୍ସା ଆରମ୍ଭ କରାଯାଇଥିଲା। ଚମ୍ପୁଆ ବ୍ଲକ ଭେଟନାରୀ ଅଫିସର ଶିବଚରଣ ସିଂ, ଭଣ୍ଡା ଡିସପେନସାରୀ ପ୍ରାଣୀ ଚିକିତ୍ସକ ପ୍ରକାଶ ଘଡେଇ, ୱାଇଲ୍ଡ ଲାଇଫ ଟ୍ରଷ୍ଟ ଅଫ୍ ଇଣ୍ଡିଆର ଡାକ୍ତର ବ୍ରଜରାଜ ସିଂ ୟାଦବ ହାତୀ ଛୁଆର ଚିକିତ୍ସା କରିଥିଲେ। ହାତୀ ଛୁଆର ପଛ ଗୋଡ ଦୁଇଟି ଫୁଲି ଯାଇଥିବାବେଳେ ବାମ ପଟ କାନ ତଳେ ଗୋଟିଏ ବଥ ହୋଇ ପଜ ହୋଇଥିଲା। ଅପରାହ୍ନ ୨ଟାରୁ ରାତି ୮ଟା ପର୍ଯ୍ୟନ୍ତ ହାତୀ ଛୁଆର ଚିକିତ୍ସା କରାଯାଇ ଅବଜରଭେସନରେ ରଖାଯାଇଥିଲା । ତେବେ ରାତିରେ ଛୁଆ ହାତୀଟିର ମୃତ୍ୟୁ ହୋଇଥିଲା। ବନ ବିଭାଗ ବ୍ୟବଚ୍ଛେଦ କରି ପୋତି ଦେଇଥିବା ବେଳେ ସଂକ୍ରମଣ ଜନିତ ରୋଗ ଯୋଗୁଁ ହାତୀ ଛୁଆର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking