28.1 C
Bhubaneswar
Wednesday, March 4, 2026
Homeଓଡିଶାପୋଖରୀରେ ପଡ଼ି ଚାଲିଗଲା ଶିଶୁପୁତ୍ରର ଜୀବନ

ପୋଖରୀରେ ପଡ଼ି ଚାଲିଗଲା ଶିଶୁପୁତ୍ରର ଜୀବନ

ଭଦ୍ରକ: ଭଦ୍ରକ ଜିଲା ତିହିଡ଼ି ଥାନା କାଁପଡ଼ା ପଞ୍ଚାୟତ ଅଧୀନ ଚିଲପଦା ଗ୍ରାମରେ ଶୁକ୍ରବାର ଏକ ଦୁଃଖଦ ଘଟଣା ଘଟିଛି। ଏକ ପୋଖରୀରୁ ଆଜି ପୂର୍ବାହ୍ନରେ ଜଣେ ଶିଶୁପୁତ୍ରର ମୃତଦେହ ମିଳିଛି। ମୃତ ଶିଶୁର ନାଁ ଦିନେଶ (୩)ଏବଂ ସେ ଦିଲୀପ ମଳିକଙ୍କ ପୁଅ ବୋଲି ଜଣାଯାଇଛି। ଦିନେଶ ଖେଳୁଥିବା ସମୟରେ ତାଙ୍କ ଘର ନିକଟସ୍ଥ ଏକ ପୋଖରୀରେ ପଡ଼ିଯାଇଥିଲା। ପରେ ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଶିଶୁପୁତ୍ରକୁ ପୋଖରୀ ମଧ୍ୟରୁ ପାଇଥିଲେ। ତାକୁ ଚିକିତ୍ସା ପାଇଁ ତିହିଡ଼ି ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଦୁଃଖଦ ଖବର ଗ୍ରାମରେ ଶୋକର ଛାୟା ଖେଳାଇ ଦେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking