27.1 C
Bhubaneswar
Sunday, February 22, 2026
Homeଦେଶ ବିଦେଶବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ, ଅଲୌକିକ ପ୍ରାଣୀଙ୍କ ସଂସ୍ପର୍ଶରେ ଆସିବ ମଣିଷ

ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ, ଅଲୌକିକ ପ୍ରାଣୀଙ୍କ ସଂସ୍ପର୍ଶରେ ଆସିବ ମଣିଷ

ନୂଆଦିଲ୍ଲୀ:  ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଏବେ ଚର୍ଚ୍ଚାରେ । ଭୟଭୀତ ହୋଇଗଲାଣି ସାରା ବିଶ୍ବ । କାରଣ ଚଳିତ ବର୍ଷ ବିଶ୍ୱରେ ଅନେକ ଅପ୍ରତ୍ୟାଶିତ ଘଟଣା ଘଟିପାରେ । ଏକଥା ଆମେ କହୁନୁ । ବୁଲଗେରିଆର ଭବିଷ୍ୟବ୍ୟକ୍ତା ବାବା ଭେଙ୍ଗା ୨୦୨୫ ବର୍ଷ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦାବି କରିଛନ୍ତି । ସେ ଭବିଷ୍ୟବାଣୀ କରିଛନ୍ତି ଯେ, ୨୦୨୫ ମସିହାରେ ମଣିଷ ଅଲୌକିକ ପ୍ରାଣୀଙ୍କ ସଂସ୍ପର୍ଶରେ ଆସିବ । ବିଶ୍ୱ ବିଷୟରେ ତାଙ୍କର ଅଧିକାଂଶ ଭବିଷ୍ୟବାଣୀ ସତ୍ୟ ହୋଇଛି । ବାବା ଭେଙ୍ଗା ସୋଭିଏତ୍ ୟୁନିଅନ୍ ଭାଙ୍ଗିବା, ଆମେରିକାରେ ଆତଙ୍କବାଦୀ ସଂଗଠନ ଅଲ୍ କାଏଦା ଦ୍ୱାରା ୯/୧୧ ଆକ୍ରମଣ ସମେତ ଅନେକ ଭବିଷ୍ୟବାଣୀ କରିଥିଲେ, ଯାହା ସମ୍ପୂର୍ଣ୍ଣ ସତ୍ୟ ପ୍ରମାଣିତ ହୋଇଛି । ବୁଲଗେରିଆର ଦୃଷ୍ଟିହୀନ ବାବା ଭେଙ୍ଗା ବିଶ୍ୱର ସେହି ଭବିଷ୍ୟବ୍ୟକ୍ତାଙ୍କ ମଧ୍ୟରେ ଅନ୍ୟତମ ଯାହାଙ୍କ ଉପରେ ସମଗ୍ର ବିଶ୍ୱ ବିଶ୍ୱାସ କରେ। ଭେଙ୍ଗା ଡିମେନ୍ତ୍ରୋବା । ଯାହାଙ୍କୁ ସାରା ବିଶ୍ବ ବାବା ଭେଙ୍ଗା ନାଁ ରେ ଜାଣିଛି । ତାଙ୍କ ଜନ୍ମ ୧୯୧୧ ମସିହାରେ ବୁଲଗେରିଆରେ ହୋଇଥିଲା । ତାଙ୍କୁ ମାତ୍ର ୧୨ ବର୍ଷ ହୋଇଥିବା ବେଳେ ଏକ ଦୁର୍ଘଟଣାରେ ସେ ଦୃଷ୍ଟି ଶକ୍ତି ହରାଇଥିଲେ । ଆଉ ଭବିଷ୍ୟବାଣୀ କହିବା ଆରମ୍ଭ କରିଥିଲେ ।

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଅନୁଯାୟୀ, ୨୦୨୫ରେ, ଏକ ‘ପ୍ରମୁଖ କ୍ରୀଡା ଇଭେଣ୍ଟ’ ସମୟରେ ପୃଥିବୀ ଏଲିଅନଙ୍କ ସହିତ ସମ୍ପର୍କ ସ୍ଥାପନ କରିବ। ମହିଳା ୟୁରୋ ଫାଇନାଲ୍, ମହିଳା ରଗ୍ ବି ବିଶ୍ୱକପ୍ ଏବଂ ଫର୍ମୁଲା ୧ ଦୌଡ଼ ନିକଟତର ହେବା ସହିତ ଏଲିଅନ୍ ସହିତ ସମ୍ପର୍କର ଘଟଣା କେବେ ଘଟିବ ସେ ବିଷୟରେ ପ୍ରଶ୍ନ ଉଠିଛି । ବ୍ରାଜିଲର ଆଥୋସ୍ ସାଲୋମ ମଧ୍ୟ ବିଶ୍ୱାସ କରନ୍ତି ଯେ, ଜେମ୍ସ ୱେବ୍ ଟେଲିସ୍କୋପ୍ ଯୋଗୁ ବିଶ୍ୱ ଏଲିଅନଙ୍କ ଆବିଷ୍କାରର ବହୁତ ନିକଟତର। ସେ କହିଛନ୍ତି, ଜେମ୍ସ ୱେବ୍ ଟେଲିସ୍କୋପ୍ ଯୋଗୁ ମାନବଜାତି ଶେଷରେ ଅନ୍ୟ ଏକ ଗ୍ରହରେ ଜୀବନର ଅସ୍ତିତ୍ୱର ଉତ୍ତର ପାଇବ। ଆମେରିକା ସରକାର ମଧ୍ୟ ବିଶ୍ୱ ସମ୍ମୁଖରେ UFO ଫାଇଲ୍ ଆଣିପାରିବେ। ବୈଜ୍ଞାନିକମାନେ ସମ୍ପ୍ରତି ସୌରମଣ୍ଡଳ ବାହାରେ ଏକ ଅଦ୍ଭୁତ ବସ୍ତୁ ବି ଦେଖିଛନ୍ତି । ଯାହା ଘଣ୍ଟା ପ୍ରତି ୨.୧୭ ଲକ୍ଷ କିଲୋମିଟର ବେଗରେ ପୃଥିବୀ ଆଡ଼କୁ ଝଡ଼ ବେଗରେ ମାଡ଼ି ଆସୁଛି । ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏହି ଦାବି କରିଛନ୍ତି । ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଏହା ଏକ ବଡ଼ ପଥର ନୁହେଁ ବରଂ ଏଲିଅନ୍ ସ୍ପେସଶିପ୍ ହୋଇପାରେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking