16.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶବାବା ସିଦ୍ଦିକିଙ୍କ ପୁଅ ସାମିଲ ହେଲେ ଅଜିତ ପାୱାରଙ୍କ ଟିମରେ

ବାବା ସିଦ୍ଦିକିଙ୍କ ପୁଅ ସାମିଲ ହେଲେ ଅଜିତ ପାୱାରଙ୍କ ଟିମରେ

ବ୍ୟୁରୋ: ଅଜିତ ପାୱାରଙ୍କ ଟିମରେ ସାମିଲ ହେଲେ ପୂର୍ବତନ ଦିବଂଗତ ଏନସିପି ନେତା ବାବା ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକ। ମହାରାଷ୍ଟ୍ର ନିର୍ବାଚନ ମଧ୍ୟରେ ସେ ହାତ ଛାଡ଼ିଦେଇ ଏନସିପିର ଅଜିତ ପାୱାରଙ୍କ ଟିମରେ ଯୋଗ ଦେଇଥିବା ନେଇ ସୂଚନା ରହିଛି । ଆଜି ବିଧିବଦ୍ଧ ଭାବେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଉପସ୍ଥିତିରେ ଦଳରେ ସାମିଲ ହେଲେ ଜିଶାନ। ଏଥି ସହିତ ଆଜି ଅଜିତ ପାୱାରଙ୍କ ଏନସିପି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଦଳର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଜିଶାନଙ୍କୁ ଟିକେଟ୍ ମିଳିଥିବା ନେଇ ସୂଚନା ମଧ୍ୟ ରହିଛି । ସେ ବାନ୍ଦ୍ରା ଆସନରୁ ବିଧାନସଭା ନିର୍ବାଚନ ଲଢିବେ। କଂଗ୍ରେସରେ ଥିବାବେଳେ ଜିଶାନ ୨୦୧୯ରେ ଏହି ଆସନରୁ ପ୍ରାର୍ଥୀ ହେବା ସହ ବିଜୟୀ ମଧ୍ୟ ହୋଇଥିଲେ। ଚଳିତ ନିର୍ବାଚନରେ ଜିଶାନଙ୍କୁ ଟକ୍କର ଦେବେ ଉଦ୍ଧବ ଠାକରେଙ୍କ ଭଣଜା ବରୁଣ ସରଦେସାଇ ବୋଲି ବିଶେଷ ସୂତ୍ର ରୁ ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking