22.1 C
Bhubaneswar
Monday, December 15, 2025
Homeଦେଶ ବିଦେଶଜେଲରୁ ବାହାରିଲା ବାବା ରାମ ରହିମ

ଜେଲରୁ ବାହାରିଲା ବାବା ରାମ ରହିମ

ରୋହତକ : ଜେଲରୁ ବାହାରିଲା ଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ବାବା ରାମ ରହିମ। ରାଜ୍ୟ ସରକାର ତାକୁ ୨୧ ଦିନିଆ ଫର୍‌ଲୋ ଦେଇଛନ୍ତି। ମଙ୍ଗଳବାର ସକାଳ ୬ଟା ୪୬ରେ ହନିପ୍ରୀତ ସୁନାରିଆ ଜେଲରୁ ରାମ ରହିମକୁ ନେଇ ୟୁପିର ବର୍‌ନାୱା ଆଶ୍ରମ ଚାଲି ଯାଇଛନ୍ତି। ଗୋଟିଏ ଗାଡ଼ିରେ ହନିପ୍ରୀତଙ୍କ ବ୍ୟତୀତ ଚାଳକ ରାଜା ଏବଂ ସିପି ଆରୋରା ଥିବାବେଳେ ଅନ୍ୟ ଗାଡ଼ିରେ ଡ୍ରାଇଭର ପ୍ରୀତମ, ଆଇନଜୀବୀ ହର୍ଷ ଆରୋରା ଏବଂ ଡକ୍ଟର ପିଆର ନୈନ ଥିଲେ। ପୁଲିସର ସୁରକ୍ଷା ବଳୟରେ ରାମ ରହିମଙ୍କୁ ଜେଲରୁ ୟୁପି ନିଆଯାଇଛି। ସୂଚନାଯୋଗ୍ୟ, ନିଜ ଶିଶ୍ୟଙ୍କୁ ଦୁଷ୍କର୍ମ ମାମଲାରେ ୨୦୧୭ରେ ରାମରହିମକୁ ଦଣ୍ଡିତ କରାଯାଇଥିଲା। ପରେ ଛତ୍ରପତି ହତ୍ୟାକାଣ୍ଡ ଓ ରଣଜିତ୍ ହତ୍ୟାକାଣ୍ଡରେ ମଧ୍ୟ ରାମରହିମକୁ ଦଣ୍ଡିତ କରାଯାଇଛି। ସେବେଠାରୁ ସେ ସୁନାରିଆ ଜେଲ୍‌ରେ ରହିଛି। ପୂର୍ବରୁ ୯ ଥର ପାରୋଲରେ ଜେଲ୍‌ରୁ ମୁକୁଳିଛି ରାମରହିମ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking