25.1 C
Bhubaneswar
Saturday, February 7, 2026
Homeଓଡିଶାପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ସଚେତନତା ବୈଠକ

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ସଚେତନତା ବୈଠକ

ଭୁବନେଶ୍ବର: ଆଜି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଆଭ୍ୟନ୍ତରୀଣ ଅଭିଯୋଗ କମିଟି (Internal Complaint Committee) ଦ୍ୱାରା କର୍ମକ୍ଷେତ୍ରରେ ମହିଳାମାନଙ୍କ ପ୍ରତି ଯୌନ ନିର୍ଯ୍ୟାତନା (ନିବାରଣ, ନିଷେଧ ଓ ନିରାକରଣ) ଆଇନ-୨୦୧୩ର ରୂପାୟନ ସମ୍ବନ୍ଧୀୟ ଏକ ବିସ୍ତୃତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ତଥା ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ସଭାପତି ଶ୍ରୀମତୀ ସୌଦାମିନୀ ସେଠୀ, ସ୍ଵତନ୍ତ୍ର ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଶ୍ରୀମତୀ ରାଜଶ୍ରୀ ସିଂହ, ସ୍ଵତନ୍ତ୍ର ଶାସନ ସଚିବ, ଶ୍ରୀମତୀ ରଂଜିତା ବେହେରା, ବିତ୍ତ ପରାମର୍ଶଦାତା ତଥା ଅତିରିକ୍ତ ଶାସନ ସଚିବ, କମିଟିର ସମସ୍ତ ସଦସ୍ୟ, କଟକସ୍ଥିତ ସ୍ୱେଚ୍ଛାସେବୀ ସଂଗଠନ ‘ବସୁନ୍ଧରା’ର ପ୍ରତିନିଧି, ବିଭାଗୀୟ ବରିଷ୍ଠ ମହିଳା ଅଧିକାରୀବୃନ୍ଦ ଓ ସମସ୍ତ ମହିଳା କର୍ମଚାରୀମାନେ ଉପସ୍ଥିତ ଥିଲେ I ବୈଠକରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ସବିଶେଷ କାର୍ଯ୍ୟ ଓ କ୍ଷମତା ବିଷୟରେ ସଚେତନତାଧର୍ମୀ ଆଲୋଚନା ହୋଇଥିଲା l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking