ଯାଜପୁର: ଆନ୍ତର୍ଜାତୀୟ ଶ୍ରମିକ ଦିବସ ପରିପ୍ରେକ୍ଷୀରେ ଯାଜପୁରରୋଡତାକୁକ ଆଇନସେବା ପ୍ରାଧିକରଣ ପକ୍ଷରୁ କୋଟ ପରିସରରେ ଏହାର ଅଧକ୍ଷ ଏ, ଡି, ଜେ, ହୃଷିକେଶ ଆଚାର୍ଯ୍ୟ ଙ୍କ ସଭାପତିତ୍ୱ ରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା. ଶ୍ରମିକ ଉଦବୋଧନ ଦେଇ କହିଲେ ଆଜକୁ ୧୩୯ ବର୍ଷର ସଂଗ୍ରାମମୟ ଇତିହାସ ମନେ ପକାଇବା ସହିତ ୧୯୨୩ ରୁ ଆମ ଦେଶରେ ଏହି ଦିବସ କୁ ଶ୍ରମିକମାନେ ଅଧିକାର ଦିବସ ଭାବେ ପାଳନ କରୁଛନ୍ତି, ସମ୍ବିଧାନ ଓ ଶ୍ରମ ଆଇନ ସେମାନଂକୁ ଏହି ଅଧିକାର ଦେବା ସହିତ ସାମାଜିକ ସୁରକ୍ଷା, ରେ ବିଭିନ୍ନ ସୁବିଧା ଉପଲବ୍ଧ ଅଛି ବିଶେଷ କରି ଶତକଡା ୯୩% ଅଣସଂଗଠିତ ଶ୍ରମିକ ଙ୍କ ସମସ୍ୟା ଅଦବେଗଜନିତ ସେଥିପାଇଁ ଶ୍ରମିକମାନେ ସଚେତନ ହେବାକୁ ନ୍ୟାୟଧୀଶ ଶ୍ରୀ ଆଚାର୍ଯ୍ୟ ଉପଦେଶ ଦେଇଥିଲେ, ଅନ୍ୟମାନଙ୍କ ମଧ୍ୟରେ ସିଭିଲ ଜଜ ଶ୍ରୀ ଦିବ୍ୟଜ୍ୟୋତି ମହାପାତ୍ର, ଡିଭିଜନସିଭିଲ ଜଜ ଶ୍ରୀ ବିରଜାପ୍ରସାଦ ପଣ୍ଡା, ଆଇ ଏନ ଟି ୟୁ ସି ରାଜ୍ୟ ଉପସଭାପତି ବିଦ୍ୟାଧର ମହାନ୍ତି ସହକାରୀ ଶ୍ରମଅଧିକାରୀ ସୁନନ୍ଦା ବିଶ୍ୱାଳ, ରଚନା ସେଠି, ଆଇନ ଜୀବି ରାମଚନ୍ଦ୍ର ପହି, ସରୋଜ ପଣ୍ଡା ନିହାର ରଞ୍ଜନ ଗୋସ୍ୱାମୀ ପ୍ରମୁଖ ଶ୍ରମିକ ଦିବସ ର ତାତ୍ପର୍ଯ୍ୟ ଓ ନିର୍ମାଣ ଶ୍ରମିକ ଆଇନ, ଅଣସଂଗଠିତ ଆଇନ ଓ ଉପଲବ୍ଧ ସହାୟତା ଉପରେ ଆଲୋଚନା କରିଥିଲେ।










