ଭୁବନେଶ୍ୱର: ଓଡିଶାରେ ଥିବା ୧୨ ପାକିସ୍ତାନୀକୁ ଦେଶ ଛାଡ ନୋଟିସ ପ୍ରସଙ୍ଗରେ ଜଣେ ପାକିସ୍ତାନୀ ନାଗରିକ ଓଡିଶା ଛାଡି ସାରିଛନ୍ତି କହିଲେ ଡିଜିପି ୱାଇବି ଖୁରାନିଆ । କହିଛନ୍ତି , ଯେଉଁମାନେ ଦୀର୍ଘମିଆଦି ଭିସା ପାଇଛନ୍ତି ବା ଆବେଦନ ବିଚାରାଧୀନ ଦେଖୁଛୁ । ତା ଉପରେ ଆମେ ପରବର୍ତ୍ତୀ ନିର୍ଦ୍ଦେଶନାମାକୁ ଅପେକ୍ଷା କରି ରହିଛୁ ।