25.1 C
Bhubaneswar
Friday, October 25, 2024
Homeଓଡିଶାଭୁବନେଶ୍ୱରସ୍ୱାଭାବିକ ହେଲା ବିମାନ ଚଳାଚଳ

ସ୍ୱାଭାବିକ ହେଲା ବିମାନ ଚଳାଚଳ

ବ୍ୟୁରୋ : ଲ୍ୟାଣ୍ଡଫଲ କଲା ବାତ୍ୟା ଦାନା ।  ବିମାନ ଚଳାଚଳ ମଧ୍ୟ ସ୍ୱାଭାବିକ ହେଲା । ଶୁକ୍ରବାର  ବାତ୍ୟା ଦାନା ସ୍ୟାଣ୍ଡଫଲ କରିବା ପରେ ଭୁବନେଶ୍ୱରରେ ବିମାନ ଚଳାଚଳ  ସ୍ୱାଭାବିକ ହେବା ନେଇ ଖବର ଆସିଛି । ସକାଳ ୮ଟାରୁ ବିମାନ ଚଳାଚଳ  ପୂର୍ବ ଭଳି ସ୍ୱାଭାବିକ ହେବା ନେଇ ବିମାନ ବନ୍ଦର  ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ତେବେ ବାତ୍ୟା ଦାନା ପାଇଁ ଗତକାଲି ସନ୍ଧ୍ୟା ୫ଟାରୁ  ବନ୍ଦ ଥିଲା ବିମାନ ଚଳାଚଳ । ହେଲେ ବାତ୍ୟା ଲ୍ୟାଣ୍ଡଫଲ କରିବା ପରେ ଏବେ   ଧାର୍ଯ୍ୟ ସମୟର ଏକ ଘଣ୍ଟା ପୂର୍ୱରୁ ବିମାନ ଚଳାଚଳ ସ୍ୱାଭାବିକ ହେବା ନେଇ ସୂଚନା ଆସିଛି । ସୂଚନାଯୋଗ୍ୟ ଯେ  ଭାଷଣ ରୂପ ଧରି ସ୍ଥଳଭାଗ ଛୁଇଁଛି ବାତ୍ୟା ଦାନା ।  ଉପକୂଳରେ ରଚିଛି ତାଣ୍ଡବ । କେନ୍ଦ୍ରାପଡା ଭିତରକନିକା ନେଚର ପାର୍କ  ହବାଳିଖଟି ନିକଟରେ ଲ୍ୟାଣ୍ଡଫଲ କରିଛି ବାତ୍ୟାର କେନ୍ଦ୍ରସ୍ଥଳ । ମଧ୍ୟରାତ୍ରି ପ୍ରାୟ ସାଢେ ଗୋଟାଏରୁ ସାଢେ ୩ଟା ମଧ୍ୟରେ ସ୍ଥଳଭାଗ ଛୁଇଁଥିଲା ବାତ୍ୟା । ୫ ଦିନ ଧରି ପ୍ରବଳ ବର୍ଷା ପବନ ଲାଗି ରହିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking