27.1 C
Bhubaneswar
Monday, January 12, 2026
Homeସ୍ୱାଧୀନତା ଦିବସ- ୨୦୨୪ସ୍ୱାଧୀନ ଭାରତର ଉପଲବ୍ଧି ; ଆଗକୁ ମାଡି ଚାଲିଛି ଭାରତ

ସ୍ୱାଧୀନ ଭାରତର ଉପଲବ୍ଧି ; ଆଗକୁ ମାଡି ଚାଲିଛି ଭାରତ

ନୂଆଦିଲ୍ଲୀ : ବ୍ରିଟିଶ ଶାସନ ବିରୁଦ୍ଧରେ ଦୀର୍ଘ ଦିନର ସଂଗ୍ରାମ ପରେ ୧୫ ଅଗଷ୍ଟ ୧୯୪୭ ରେ ଭାରତ ସ୍ୱାଧୀନତା ପାଇଲା। ଅନେକ ବୀର ପ୍ରାଣ ହରାଇଲେ। ସେମାନେ ବ୍ରିଟିଶର ଦମନକାରୀ ନୀତିକୁ ଅନୁଭବ କରିଥିଲେ ଏବଂ ନିର୍ଯାତନା ଓ ଦଣ୍ଡର ସମ୍ମୁଖୀନ ହୋଇଥିଲେ । ସ୍ୱାଧୀନତା ପରେ ଭାରତ ସମଗ୍ର କ୍ଷେତ୍ରରେ ବହୁତ କିଛି ହାସଲ କରିବାରେ ଲାଗିଲା। ଏହା ଖୁବ୍ ଶୀଘ୍ର ଏକ ବିକାଶଶୀଳ ଦେଶରେ ପରିଣତ ହୋଇଗଲା। ତେବେ ଆସନ୍ତୁ ସ୍ୱାଧୀନତା ପାଇବା ଠାରୁ ଆଜିଯାଏ ଭାରତ ହାସଲ କରିଥିବା କିଛି ଉପଲବ୍ଧି ବିଷୟରେ ଜାଣିନେବା।
ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା:
ଭାରତ ବର୍ତ୍ତମାନ ସୁରକ୍ଷା ଏବଂ ମହାକାଶ କ୍ଷେତ୍ରରେ ସମ୍ପୂର୍ଣ୍ଣ ସ୍ୱାଧୀନ। ଭାରତ ନିଜର କ୍ଷେପଣାସ୍ତ୍ର ବିକଶିତ କରିଛି; ମହାକାଶକୁ ଅନେକ ଉପଗ୍ରହ ଉତକ୍ଷେପଣ କରିଛି ଏବଂ ଅନେକ କ୍ଷେତ୍ରରେ ଏହାର ପ୍ରଯୁକ୍ତିକୁ ବ୍ୟବହାର କରୁଛି। ଯୋଗାଯୋଗ କ୍ଷେତ୍ରରେ ଭାରତ ଅନେକ ଦେଶକୁ ପଛରେ ପକାଇ ଦେଇଛି। ଚନ୍ଦ୍ର ଏବଂ ମଙ୍ଗଳ ଗ୍ରହର ସନ୍ଧାନରେ ଭାରତ ପଦକ୍ଷେପ ନେଇଛି।
ଉତ୍ପାଦନ ଏବଂ ନିର୍ମାଣ:
ବର୍ତ୍ତମାନ ଭାରତ ଏହି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇଛି। ପରିକଳ୍ପିତ ଯାନ ଏବଂ ମେସିନ୍ ବିଶ୍ୱ ବଜାରକୁ ରପ୍ତାନି କରୁଛି। କମ୍ପ୍ୟୁଟର କ୍ଷେତ୍ରରେ ଭାରତ ବହୁତ ଅଗ୍ରଗତି କରିଛି। ଇଣ୍ଟରନେଟରେ ଅନେକ ପ୍ରକାରର ସୁବିଧା ଉପଲବ୍ଧ ହୋଇଛି ଯାହା ମାନବ ଜୀବନକୁ ସହଜ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking