16.1 C
Bhubaneswar
Thursday, February 5, 2026
Homeଦେଶ ବିଦେଶଘାଟି ତଳକୁ ଖସିଲା ଅଟୋ: ୫ ମୃତ

ଘାଟି ତଳକୁ ଖସିଲା ଅଟୋ: ୫ ମୃତ

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରର ଡୋଡାରେ ଏକ ଅଟୋ ଘାଟି ତଳକୁ ଖସି ପଡ଼ିବା ଫଳରେ ଅତି କମରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ପୋଣ୍ଡା ନିକଟରେ ଭାରତ-ବାଗଲା ରାସ୍ତାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।ଅଟୋ ରାସ୍ତାରୁ ଖସି ଗଭୀର ଖାଇରେ ପଡ଼ିଯାଇଛି । ଗୁରୁତର ଆହତମାନଙ୍କୁ ଚିକିତ୍ସା ପାଇଁ ଡୋଡାର ସରକାରୀ ମେଡିକାଲ କଲେଜ (GMC)କୁ ପଠାଯାଇଥିଲା। ଗାଡ଼ିରେ 20 ରୁ ଅଧିକ ଯାତ୍ରୀ ଥିଲେ।ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି, ଏବଂ ମୃତାହତଙ୍କ ସଠିକ୍ ସଂଖ୍ୟା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ବୋଲି ସୂତ୍ରରୁ ଜଣାପଡିଛି। କର୍ତ୍ତୃପକ୍ଷ ବର୍ତ୍ତମାନ ଘଟଣାର ତଦନ୍ତ କରୁଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking