24.1 C
Bhubaneswar
Friday, February 6, 2026
Homeଦେଶ ବିଦେଶଟ୍ରକ ସହ ଅଟୋ ଧକ୍କା: ୬ ମୃତ

ଟ୍ରକ ସହ ଅଟୋ ଧକ୍କା: ୬ ମୃତ

ଜୟପୁର: ରାଜସ୍ଥାନର ଯୋଧପୁର ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ଏବଂ ୧୪ ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ରବିବାର ଭୋର ସମୟରେ ଜାତୀୟ ରାଜପଥର ଯୋଧପୁର-ବାଲେସର ସେକ୍ସନରେ ତୀର୍ଥଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ଅଟୋ ଶସ୍ୟ ବସ୍ତା ବୋଝେଇ ଟ୍ରକ୍ ସହିତ ଧକ୍କା ହୋଇଥିଲା। ଖାରି ବେରି ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ବାଲେସର ପୋଲିସ ଦେଇଥିବା ସୂଚନା ଅନୁଯାୟୀ, ଗୁଜୁରାଟର ବନାସକାଣ୍ଠା ଏବଂ ଧନସୁରା ଅଞ୍ଚଳରୁ ପ୍ରାୟ ୨୦ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ରାମଦେବରା ଯାଉଥିବା ଟେମ୍ପୋଟି ବିପରୀତ ଦିଗରୁ ଆସୁଥିବା ଏକ ଦ୍ରୁତଗାମୀ ଟ୍ରକ ସହିତ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ତିନି ଜଣ ମହିଳା ସମେତ ଛଅ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମୃତଦେହକୁ ବାଲେସର ହସ୍ପିଟାଲର ମର୍ଗରେ ରଖାଯାଇଛି। ଚଉଦ ଜଣ ଆହତଙ୍କୁ ହସ୍ପିଟାଲକୁ ନିଆଯାଇଥିଲା। ସେଠାରୁ ଗୁରୁତର ଅବସ୍ଥାରେ ସେମାନଙ୍କୁ ଯୋଧପୁରର ଏମଡିଏମ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଏହି ଘଟଣାରେ ଏକ ମାମଲା ରୁଜୁ କରାଯାଇଛି ପୋଲିସ ତଦନ୍ତ ଆରମ୍ଭ କରିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking