ଭୁବନେଶ୍ୱର: କିସ୍ ଛାତ୍ର ହତ୍ୟା ଘଟଣାରେ କର୍ତ୍ତୃପକ୍ଷ ଦାୟୀ କହିଲେ ପିସିସି ସଭାପତି ଭକ୍ତ ଦାସ । ବେକ ଚିପି ହତ୍ୟା ଘଟଣାକୁ ହାର୍ଟ ଆଟାକ ରୂପ ଦିଆଗଲା କିପରି ବୋଲି ପ୍ରଶ୍ନ କରିଛନ୍ତି । ସେ ଆହୁରି କହିଛନ୍ତି ଯେ ଏହା ବଡ ଅପରାଧ, ଯେଉଁମାନେ ଦାୟୀ କାର୍ଯ୍ୟାନୁଷ୍ଠାନ ହେଉ । ଯେଉଁ ଡାକ୍ତର ହାର୍ଟ ଆଟାକ ରୂପ ଦେଲେ କାହିଁକି ଗିରଫ କରାଯାଉଛି । ହଷ୍ଟେଲ ସେ କହିଛନ୍ତି ଯେ କର୍ତ୍ତୃପକ୍ଷ କରୁଥିଲେ କଣ, କାହିଁକି ଦାୟୀ ରହିବେ ନାହିଁ ବୋଲି ପ୍ରଶାନ କରିଛନ୍ତି । ସୂଚନାଥାଉକି, ଗତ ୧୨ ତାରିଖରେ ଘଟିଥିଲା ହତ୍ୟାକାଣ୍ଡ । ଡାଲି ପଡିଯିବାରୁ ଛାତ୍ରଙ୍କୁ ତଣ୍ଟି ଚିପି ସହପାଠୀ ହତ୍ୟା କରିଥିବା ଗତକାଲି ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଏହି ଘଟଣାରେ ପ୍ରଥମ ଫେଜ୍ରେ ପ୍ରାୟ ୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି ।










