21.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶଭୟଙ୍କର ବାତ୍ୟାର ସାମନା କରିବ ଅଷ୍ଟ୍ରେଲିଆ

ଭୟଙ୍କର ବାତ୍ୟାର ସାମନା କରିବ ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପୂର୍ବତଟରେ ମାଡ଼ିଆସୁଛି ବାତ୍ୟା ଆଲଫ୍ରେଡ । ଛାନିଆ ହୋଇପଡ଼ିଛନ୍ତି ଲକ୍ଷାଧିକ ଲୋକ । ଭୀଷଣ ବେଗରେ ପବନ ବହିବା ସହ ସମୁଦ୍ର ଜୁଆର ବଢ଼ିବାରେ ଲାଗିଛି । ସମୁଦ୍ର ଲହରୀ ଯୋଗୁଁ ତଟବର୍ତ୍ତୀ ଇଲାକାରେ ବାସ କରୁଥିବା ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଅଷ୍ଟ୍ରେଲିଆରେ ଗତ ୫୦ ବର୍ଷ ଭିତରେ ଏପରି ବିଶାଳ ବାତ୍ୟା ଆଶଙ୍କା ଥିବା କୁହାଯାଉଛି । ଅଷ୍ଟ୍ରେଲିଆ ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତି କିମ୍ବା ଶନିବାର ସକାଳେ ବାତ୍ୟା ଆଲଫ୍ରେଡୋ ଲ୍ୟାଣ୍ଡଫଲ୍ କରିବା ନେଇ ଆଶଙ୍କା ରହିଛି । ବାତ୍ୟା ପ୍ରଭାବରେ ଉତ୍ତର-ନ୍ୟୁ ସାଉଥ୍ ୱେଷ୍ଟରେ ଜୋରରେ ପବନ ବହିବା ଦ୍ୱାରା ୩୫ ହଜାର ଘରୁ ବିଜୁଳି ସଂଯୋଗ କଟିଯାଇଛି । ଲୋକଙ୍କ ପାଖରେ ଆବଶ୍ୟକୀୟ ସହାୟତା ଯୋଗାଇବା ପାଇଁ ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଛି ।

ଲୋକଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଥିବାବେଳେ ସମୁଦ୍ର ପାଖକୁ ଗଲେ ୮ ଲକ୍ଷ ୭୧ ହଜାର ଟଙ୍କା ଜରିମାନା ଆଦାୟ କରାଯିବ ବୋଲି କୁହାଯାଇଛି । ଯାହା ଫଳରେ ପାଖାପାଖି ୨୫ ଲକ୍ଷ ଲୋକଙ୍କ ଉପରେ ଏବେ ଆଲଫ୍ରେଡର ବିପଦ ରହିଛି । ଦେଶର ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନିଜ୍ ଘୂର୍ଣ୍ଣିଝଡ଼ ଆଲଫ୍ରେଡର ଗମ୍ଭୀର ବିପଦ ପାଇଁ ଉପକୂଳବର୍ତ୍ତୀ ସହରଗୁଡ଼ିକର ବାସିନ୍ଦାଙ୍କୁ ପ୍ରସ୍ତୁତ ରହିବାକୁ କହିଛନ୍ତି । ଦକ୍ଷିଣ-ପୂର୍ବ କ୍ୱିନ୍ସଲ୍ୟାଣ୍ଡ ଏବଂ ଉତ୍ତର ନ୍ୟୁ ସାଉଥ୍ ୱେଲ୍ସ ଆଡକୁ ସବୁଠାରୁ ବଡ଼ ଝଡ଼ ଆସୁଛି, ଯାହା ପ୍ରାୟ ୧୦୦୦ କିଲୋମିଟର ଅଞ୍ଚଳରେ ଧ୍ୱଂସ ଘଟାଇପାରେ । ସମୁଦ୍ରରେ ସୃଷ୍ଟି ହେଉଥିବା ଝଡ଼କୁ ଘୂର୍ଣ୍ଣିବାତ୍ୟା କୁହାଯାଏ । ଯେତେବେଳେ ଏହାର ସର୍ବାଧିକ ବେଗ ଘଣ୍ଟା ପ୍ରତି ୭୪ ମାଇଲ କିମ୍ବା ତା’ଠାରୁ ଅଧିକ ହୋଇଥାଏ । ଆଲଫ୍ରେଡର ବେଗ ଘଣ୍ଟା ପ୍ରତି ୯୬ ମାଇଲ, ତେଣୁ ଏହି ଘୂର୍ଣ୍ଣିଝଡ଼ ବ୍ରିସବେନ ପାଇଁ ଏକ ବଡ଼ ବିପଦ ସୃଷ୍ଟି କରିପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking