23.1 C
Bhubaneswar
Saturday, February 7, 2026
Homeଖେଳସେମିଫାଇନାଲ୍ ପୂର୍ବରୁ ଅଷ୍ଟ୍ରେଲିଆକୁ ଝଟ୍‌କା; ଆହତ କାରଣରୁ ଓପ୍ନର୍ ମାଥ୍ୟୁ ଶର୍ଟ ବାଦ୍‌

ସେମିଫାଇନାଲ୍ ପୂର୍ବରୁ ଅଷ୍ଟ୍ରେଲିଆକୁ ଝଟ୍‌କା; ଆହତ କାରଣରୁ ଓପ୍ନର୍ ମାଥ୍ୟୁ ଶର୍ଟ ବାଦ୍‌

ଦୁବାଇ: ଚଳିତ ଚାମ୍ପିଅନ୍ସ ଟ୍ରଫି ସେମିଫାଇନାଲ୍ ପୂର୍ବରୁ ଅଷ୍ଟ୍ରେଲିଆ ଟିମ୍‌କୁ ଶକ୍ତ ଧକ୍କା ଲାଗିଛି। ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଆହତ ହୋଇଥିବା ଓପ୍ନର୍ ମାଥ୍ୟୁ ଶର୍ଟ ସେମିଫାଇନାଲ୍ ମ୍ୟାଚ୍‌ରୁ ବାଦ୍ ପଡ଼ିପାରନ୍ତି। ବର୍ଷା ଯୋଗୁ ରଦ୍ଦ ମ୍ୟାଚ୍‌ରେ ଶର୍ଟ ୧୫ ବଲ୍‌ରେ ୨୦ ରନ୍ କରିଥିଲେ। ତାଙ୍କୁ ଅଜମତୁଲ୍ଲାହ ଓମରଜାଇ ପ୍ୟାଭିଲିୟନ୍ ଫେରାଇଥିଲେ।

କଙ୍ଗାରୁ ଟିମ୍ କ୍ୟାପ୍‌ଟେନ୍ ଷ୍ଟିଭ୍ ସ୍ମିଥ୍ ଆସୋସିଏଟ୍ ପ୍ରେସ୍‌କୁ କହିଛନ୍ତି, ‘ଶର୍ଟ ସମ୍ପୂର୍ଣ୍ଣ ଫିଟ୍ ଥିବା ପରି ମୋତେ ଲାଗୁନାହିଁ। ସେ ଠିକ୍ ଭାବେ ମୁଭ୍‌ମେଣ୍ଟ୍ କରିପାରୁ ନଥିଲେ। ପରବର୍ତ୍ତୀ ମ୍ୟାଚ୍ ପାଇଁ ସେ ସୁସ୍ଥ ହେବା କଷ୍ଟକର।’ ତାଙ୍କ ସ୍ଥାନରେ ଅଷ୍ଟ୍ରେଲିଆ ଟିମ୍ ଆକ୍ରମଣାତ୍ମକ ବ୍ୟାଟର୍ ଜ୍ୟାକ୍ ଫ୍ରେଜର୍ ମ୍ୟାକ୍‌ଗର୍କଙ୍କୁ ନିଜ ସହିତ ସାମିଳ କରିପାରେ। ଅବଶ୍ୟ ନିକଟରେ ଶେଷ ହୋଇଥିବା ଶ୍ରୀଲଙ୍କା ବିପକ୍ଷ ଦୁଇଟି ଦିନିକିଆ ମ୍ୟାଚ୍‌ରେ ସେ ବିଫଳ ହୋଇଥିଲେ। ଅଲ୍‌ରାଉଣ୍ଡର୍ ଆରୋନ୍ ହାର୍ଡି ମଧ୍ୟ ଅନ୍ୟତମ ବିକଳ୍ପ ହୋଇପାରନ୍ତି। ଅଷ୍ଟ୍ରେଲିଆ ସେମିଫାଇନାଲ୍‌ରେ ମଙ୍ଗଳବାର ଭାରତକୁ ଦୁବାଇରେ କିମ୍ବା ବୁଧବାର ନ୍ୟୁଜିଲାଣ୍ଡକୁ ଲାହୋରରେ ଭେଟିପାରେ। ଭାରତ ଓ ନ୍ୟୁଜିଲାଣ୍ଡ୍ ମଧ୍ୟରେ ରବିବାରର ଅନ୍ତିମ ଗ୍ରୁପ୍ ମ୍ୟାଚ୍ ପରେ ଏହା ସ୍ଥିର ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking