23.1 C
Bhubaneswar
Friday, January 10, 2025
Homeଅପରାଧବିବାହ କରିବାକୁ ମନା କରିବାରୁ ଭାଣିଜୀକୁ ହତ୍ୟା କଲା ମାମୁ

ବିବାହ କରିବାକୁ ମନା କରିବାରୁ ଭାଣିଜୀକୁ ହତ୍ୟା କଲା ମାମୁ

ଲକ୍ଷ୍ନୌ: ବିବାହ କରିବାକୁ ମନା କରିବାରୁ ଭାଣିଜୀକୁ ହତ୍ୟା କଲା ମାମୁ । ଉତ୍ତରପ୍ରଦେଶର ହରଦୋଇରେ ଘଟିଛି ଏଭଳି ଘଟଣା । ବିବାହ ପରେ ବି ଭାଣିଜୀ ସହ ପ୍ରେମ ସମ୍ପର୍କ ରଖିଥିଲା ମାମୁ । ଘରେ ବିବାହ ଠିକ୍ କରିବାରୁ ମୁଁ ଆଉ ତୁମ ସହ ପ୍ରେମ ସମ୍ପର୍କ ରଖିବି ନାହିଁ ବୋଲି କହିଥିଲେ ପୀଡ଼ିତା । ଏହାକୁ ସହ୍ୟ ନକରିପାରି ଅଭିଯୁକ୍ତ ମାମୁ, ଭାଣିଜୀକୁ ହତ୍ୟା କରିଥିବା ସାମ୍ନାକୁ ଆସିଛି । ମୃତକଙ୍କ ବାପାଙ୍କ ଅଭିଯୋଗକ୍ରମେ ଏବେ ପୁଲିସ ଅଭିଯୁକ୍ତ ମଣିକାନ୍ତ ଦ୍ୱିବେଦୀଙ୍କୁ ଗିରଫ କରିଛି । ଗିରଫ ପରେ ଅଭିଯୁକ୍ତ ନିଜର ଦୋଷ ସ୍ୱୀକାର କରିନେଇଛି ।

ସୂଚନା ଅନୁଯାୟୀ, ସୋମବାର ରାଖି ବାନ୍ଧିବା ପାଇଁ ମୃତକ ମାନସୀ ପାଣ୍ଡେ, ମଣିକାନ୍ତ ଦ୍ୱିବେଦୀଙ୍କ ଘରକୁ ଯାଇଥିଲେ । ଏହି ସମୟରେ ମୁଁ ବିବାହ କରିବି । ତୁମ ସହ ପ୍ରେମ ସମ୍ପର୍କରେ ରହି ପାରିବି ନାହିଁ ବୋଲି ମାନସୀ, ମଣିକାନ୍ତଙ୍କୁ ଜଣାଇଥିଲେ । ଏହା ଜାଣି ମଣିକାନ୍ତ ରାଗିଯିବା ସହ ଘରେ ଛାଡି ଦେବି ବୋଲି କହି ମାନସୀଙ୍କୁ ଧରି ଘରୁ ବାହାରିଥିଲା ।

ଅଧା ବାଟରେ ଏକ ନିର୍ମାଣାଧୀନ ଘରକୁ ନେଇ ମଣିକାନ୍ତ, ମାନସୀଙ୍କୁ ହତ୍ୟା କରିଥିଲା । ହତ୍ୟା ପରେ ସେ ମାନସୀଙ୍କ ବାପା ରାମସାଗରଙ୍କୁ ଫୋନ କରି କହିଥିଲା ଯେ, ମାନସୀ ଅନ୍ୟ ପୁଅ ସହ ଫେରାର ହୋଇଯାଇଛି । ଏକଥାକୁ ବିଶ୍ୱାସ ନକରି ରାମସାଗର ପୁଲିସରେ ମଣିକାନ୍ତ ବିରୋଧରେ ଅଭିଯୋଗ କରିଥିଲେ । ପୁଲିସ ମାଣିକାନ୍ତକୁ ଗିରଫ କରି ପଚରାଉଚରା କରିବାରୁ ସେ ନିଜ ଦୋଷ ମାନି ନେଇଥିଲା । କୁହାଯାଉଛି ଯେ, ମାନସୀଙ୍କର ନଭେମ୍ବର ୨୭ରେ ବିବାହ ହୋଇଥାନ୍ତା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking