31.1 C
Bhubaneswar
Tuesday, February 24, 2026
Homeଦେଶ ବିଦେଶଅତୁଲଙ୍କ ଆତ୍ମହତ୍ୟା ମାମଲା : ପତ୍ନୀଙ୍କୁ ୩ ଦିନ ସମନ ଜାରି କରିଛି ପୁଲିସ

ଅତୁଲଙ୍କ ଆତ୍ମହତ୍ୟା ମାମଲା : ପତ୍ନୀଙ୍କୁ ୩ ଦିନ ସମନ ଜାରି କରିଛି ପୁଲିସ

ବେଙ୍ଗାଲୁରୁ: ସମ୍ବେଦନଶୀଳ ବେଙ୍ଗାଲୁରୁ ଇଞ୍ଜିନିୟରଙ୍କ ଆତ୍ମହତ୍ୟା ମାମଲାରେ ତଦନ୍ତକୁ ଜୋରଦାର କରି କର୍ଣ୍ଣାଟକ ପୁଲିସ ପୀଡ଼ିତ ଅତୁଲ ସୁଭାଷଙ୍କ ପତ୍ନୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ସମନ ଜାରି କରିଛନ୍ତି। ସେମାନଙ୍କୁ ବେଙ୍ଗାଲୁରୁର ମରାଠହଲି ପୁଲିସ ଷ୍ଟେସନରେ ହାଜର ହେବାକୁ ୩ ଦିନ ସମୟ ଦେଇଛି ପୁଲିସ୍‌। ଅତୁଲଙ୍କ ଭାଇ ବିକାସ କୁମାରଙ୍କ ଅଭିଯୋଗକୁ ଭିତ୍ତି କରି ଜଣେ ମହିଳା ପୁଲିସ କର୍ମଚାରୀଙ୍କ ସମେତ ବେଙ୍ଗାଲୁରୁ ପୁଲିସର ଏକ ଚାରିଜଣିଆ ଟିମ୍ ଅତୁଲଙ୍କ ବାସଭବନ ଉତ୍ତରପ୍ରଦେଶର ଜୁନପୁରରେ ପହଞ୍ଚିଥିଲେ। ଏବେ ଅତୁଲଙ୍କ ପତ୍ନୀ ନିକିତା ସିଙ୍ଗାନିଆ, ମା ନିଶା ସିଙ୍ଗାନିଆ, ଭାଇ ଅନୁରାଗ ସିଙ୍ଗାନିଆ ଏବଂ ମାମୁ ସୁଶୀଲ ସିଙ୍ଗାନିଆଙ୍କୁ ସମନ ଜାରି କରିଛି ପୁଲିସ୍‌। ବେଙ୍ଗାଲୁରୁରେ ଅତୁଲଙ୍କ ପତ୍ନୀ ନିକିତା ସିଙ୍ଘାନିଆ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ଅଭିଯୁକ୍ତଙ୍କ ମୁଣ୍ଡରେ ଏବେ ଗିରଫଦାରୀର ଖଣ୍ଡା ଝୁଲୁଛି । ତଦନ୍ତ ପାଇଁ ବେଙ୍ଗାଲୁରୁ ପୁଲିସ ଜୈନପୁରରେ ପହଞ୍ଚିଛି। ଏହାରି ଭିତରେ ବିଳମ୍ବିତ ରାତିରେ ନିକିତାଙ୍କ ଅଭିଯୁକ୍ତ ମାଆ ଓ ଭାଇ ଘରେ ତାଲା ପକାଇ ଫେରାର ହୋଇଯାଇଛନ୍ତି । ଗିରଫ ଭୟରେ ଅନୁରାଗ ସିଙ୍ଘାନିଆ ଏବଂ ନିଶା ସିଙ୍ଘାନିଆ ଫେରାର ହେବା ବେଳାର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି। ଫେରାର ହେଉଥିବା ବେଳର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଅନ୍ୟପଟେ ଇଞ୍ଜିନିୟର ଅତୁଲ ସୁଭାଷଙ୍କ ପରିବାର ଲୋକେ ଅତ୍ମହତ୍ୟା ଲାଗି ଉସ୍‌କାଇଥିବା ପାଇଁ ବେଙ୍ଗାଲୁରୁରେ ନିକିତାଙ୍କ ବିରୋଧରେ ଏଫ୍‌ଆଇଆର୍ ରୁଜୁ କରିଛନ୍ତି  ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking