27.1 C
Bhubaneswar
Tuesday, September 24, 2024
Homeଅପରାଧ୬ ବର୍ଷର ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ

୬ ବର୍ଷର ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ

ନୂଆଦିଲ୍ଲୀ : ଗୁଜରାଟର ଦାହୋଦ ଜିଲ୍ଲାରୁ ଆସଛି ଏକ ଲଜ୍ଜାଜନକ ଘଟଣା । ଜଣେ ୬ ବର୍ଷୀୟ ନାବାଳିକାର ମୃତ୍ୟୁ ମାମଲାରେ ହୋଇଛି ଆଶ୍ଚର୍ଯ୍ୟକର ଖୁଲାସା । ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ପରେ ତଣ୍ଟିଚିପି ହତ୍ୟା କରିଛନ୍ତି ସ୍କୁଲ ପ୍ରିନ୍ସପାଲ । ମାରିବା ପରେ ସ୍କୁଲ ପରିସରରେ ମୃତଦେହକୁ ଫୋପାଡି ଚାଲିଯାଇଥିଲା ଅଭିଯୁକ୍ତ ପ୍ରିନ୍ସପାଲ । ଏହି ଘଟଣାରେ ପୋଲିସ ଅଭିଯୁକ୍ତ ଗୋବିନ୍ଦ ନଟ(୫୫ ବର୍ଷ)କୁ ଗିରଫ କରିଛି । ପୋଲିସୀ ସୂଚନା ଅନୁସାରେ, ନାବାଳିକାର ମୃତଦେହ ଗୁରୁବାର ସନ୍ଧ୍ୟାରେ ସ୍କୁଲ ପରିସରରୁ ମିଳିଥିଲା । ଏହାପରେ ସ୍ଥାନୀୟ ଅଞ୍ଚଳରେ ଖେଳି ଯାଇଥିଲା ଚାଞ୍ଚଲ୍ୟ । ପୋଷ୍ଟମର୍ଟମରୁ ଜଣାପଡିଥିଲା ତଣ୍ଟି ଚିପି ହତ୍ୟା କରାଯାଇଛି । ପୋଲିସ ମାମଲା ରୁଜୁ କରିବା ପରେ ତଦନ୍ତ ପାଇଁ ୧୦ଟି ଟିମ୍ ଗଠନ କରିଥିଲା ।
ନାବାଳିକାର ମା’ ପୋଲିସକୁ କହିଛନ୍ତି, ସେ ପ୍ରତିଦିନ ପ୍ରିନ୍ସପାଲଙ୍କ ସହ ସ୍କୁଲ ଯାଉଥିଲା ।

ଯେତେବେଳେ ପୋଲିସ ଅଭିଯୁକ୍ତତ ପ୍ରିନ୍ସପାଲକୁ ପଚାରିଥିଲା ସେ କହିଥିଲା ସ୍କୁଲରେ ଛାଡି ଅନ୍ୟ କାମରେ ମୁଁ ବାହାରକୁ ଯାଇଥିଲା । ପୋଲିସକୁ ଅଭିଯୁକ୍ତର କଥା ଉପରେ ଭରସା ହୋଇନଥିଲା । ପୋଲିସ ଅଭିଯୁକ୍ତର ଫୋନ୍ ଲୋକେସନ୍ ଯାଞ୍ଚ କରିବା ପରେ ଜାଣିଥିଲା ସେ ଦିନ ବିଳମ୍ବରେ ସେ ସ୍କୁଲକୁ ଆସିଥିଲା । ପୋଲିସର ପଚରା ଉଚରା ପରେ ଅଭିଯୁକ୍ତ ନିଜର ଜଘନ୍ୟ ଅପରାଧକୁ ସ୍ୱୀକାର କରିଥିଲା । ପୋଲିସର କହିବା ଅନୁସାରେ, ଅଭିଯୁକ୍ତ ପ୍ରିନ୍ସପାଲ ନାବାଳିକାକୁ ୧୦ଟା ୨୦ ମିନିଟ୍‌ରେ କାରରେ ବସାଇ ସ୍କୁଲକୁ ବାହାରିଥିଲା । ହେଲେ ସେ ସ୍କୁଲକୁ ନଯାଇ ବାଟରେ ନାବାଳିକା ସହ ଦୁଷ୍କର୍ମ ଉଦ୍ୟମ କରିଥିଲା । ହେଲେ ନାବାଳିକା ଜୋରରେ ଚିଲାଇବାରୁ ଭୟରେ ତଣ୍ଟି ଚିପି ହତ୍ୟା କରିଥିଲା । ତା ପରେ ମୃତଦେହକୁ ସ୍କୁଲ ବିଲ୍ଡିଂର ପଛପଟେ ପକାଇ ଦେଇଥିଲା ଅଭିଯୁକ୍ତ । । ଅଭିଯୁକ୍ତ ଗୋବିନ୍ଦ ଉପରେ ପୋକ୍ସୋ ଆକ୍ଟ ଅନୁସାରେ ଧାରା ଲଗାଯାଇ ଗିରଫ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking