30.1 C
Bhubaneswar
Thursday, February 12, 2026
Homeଅପରାଧପ୍ରେମୀଯୁଗଳଙ୍କୁ ହତ୍ୟା ଉଦ୍ୟମ, ପ୍ରେମିକ ମୃତ, ପ୍ରେମିକା ଗୁରୁତର

ପ୍ରେମୀଯୁଗଳଙ୍କୁ ହତ୍ୟା ଉଦ୍ୟମ, ପ୍ରେମିକ ମୃତ, ପ୍ରେମିକା ଗୁରୁତର

ରାୟଗଡ଼ା: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଳକ୍ ଅନ୍ତର୍ଗତ ଆଡାଯୋର୍ ପଞ୍ଚାୟତ ଅନ୍ତର୍ଗତ ଅଡାଟାକିରି ଗ୍ରାମର ମଙ୍ଗଳୁ ମାଝୀ ଅଡାଯୋର୍ ଗ୍ରାମର ଜନୈକ ଯୁବତୀଙ୍କୁ ପ୍ରେମ କରୁଥିବା ଜାଣି ଯୁବତୀଙ୍କ ବାପା ବିଜୟ ମାଝୀ ନିଜ ଝିଅ ଲଳିତା ଓ ତାର ପ୍ରେମିକ ମଙ୍ଗଳୁଙ୍କୁ ଟାଙ୍ଗିଆରେ ଆକ୍ରମଣ କରି ହତ୍ୟା ଉଦ୍ୟମ କରିଥିଲା।

ସୂଚନା ମୁତାବକ ଏହି ପ୍ରେମୀଯୁଗଳ ଗତ ମାସେ ହେଲା ଘରୁ ଫେରାର ଥିଲେ। କିନ୍ତୁ ସପ୍ତାହ ପୁର୍ବରୁ ଗାଁକୁ ଆସିଥିଲେ। ଝିଅ ନିଜ ବାପଘରେ ଥିବା ବେଳେ ଗତକାଲି ସନ୍ଧ୍ୟାରେ ମଙ୍ଗଳୁଙ୍କୁ ଡାକି ତାକୁ ନେଇଯିବା ପାଇଁ କହିଥିଲା। ମଙ୍ଗଳୁ ଅଡାଜୋର୍ ଆସି ବାଇକରେ ଲଳିତାଙ୍କୁ ନେଇ ଯାଉଥିବା ସମୟରେ ଅଡାଜୋର୍ ନିକଟରେ ଝିଅର ବାପା ବିଜୟ ଆକ୍ରମଣ କରିଥିଲା।

ଫଳରେ ଘଟଣା ସ୍ଥଳରେ ମଙ୍ଗଳୁଙ୍କ ମୃତ୍ୟୁ ଘଟିଥିବା ବେଳେ ଝିଅ ଗୁରୁତର ରହିଛି। ବର୍ତ୍ତମାନ କାଶୀପୁର ଥାନାରୁ ଏକ ଟିମ୍ ଯାଇ ତଦନ୍ତ କରୁଥିବା ସୂଚନା ମିଳିଛି।ଏ ପର‌୍ୟ୍ୟନ୍ତ ଆସାମୀ ବିଜୟ ଫେରାର ଥିବା ବେଳେ ପୁଲିସ ତାକୁ ଖୋଜୁଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚିଛି ଓ ଗୁରୁତର ଆହତ ଲଳିତାଙ୍କୁ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା, ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଯାଇଛିଓ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking