17.1 C
Bhubaneswar
Wednesday, February 4, 2026
Homeଓଡିଶାଫରେଷ୍ଟରଙ୍କୁ କାର୍ ଚଢ଼ାଇ ହତ୍ୟା ଉଦ୍ୟମ ବିଫଳ

ଫରେଷ୍ଟରଙ୍କୁ କାର୍ ଚଢ଼ାଇ ହତ୍ୟା ଉଦ୍ୟମ ବିଫଳ

ଯାଜପୁର: ଡବଲ ଇଞ୍ଜିନ ସରକାର ରେ ସରକାରୀ କର୍ମ ଚାରି ମାନେ ସୁରକ୍ଷିତ ମଣୁ ନାହାନ୍ତି ପଥର ମାଫିଆ ମାନେ ନିର୍ଭୟରେ ସରକାରୀ କର୍ମ ଚାରି ମାନଙ୍କୁ ଆକ୍ରମଣ କରୁ ଛନ୍ତି ପୋଲିସ ପ୍ରଶାସନ ଚାଲେଞ୍ଜ ଦେଉଛନ୍ତି ଏପରି ଘଟଣା ଯାଜପୁର ଜିଲ୍ଲାର ମନ୍ତ୍ରୀଙ୍କ ସୁକିନ୍ଦା ନିର୍ବାଚିତ ମଣ୍ଡଳୀରେ ଦେଖିବାକୁ ମିଳିଛି l ରାମଠେଙ୍ଗା ପାଖରେ ନୀଳପଥର ମାଫିଆଙ୍କ ପକ୍ଷରୁ କର୍ତ୍ତବ୍ୟରତ ଫରେଷ୍ଟର ମାଣିକ ମୁଣ୍ଡାଙ୍କୁ କାର୍‌ ଚଢ଼ାଇ ହତ୍ୟା ଉଦ୍ୟମ ହୋଇଥିବା ସମ୍ପର୍କ ରେ କଳିଙ୍ଗନଗର ଥାନାରେ ଅଭିଯୋଗ ହୋଇଛି। ଥାନାରେ ମାମଲା ଏକ ରୁଜୁ ହୋଇଛି, ପୁଲିସ ଏହାର ତଦନ୍ତ କରୁଛି କିନ୍ତୁ ମାଫିଆ କୁ ଧରିବା ପାଇଁ ଏ ଯାଏ ସଫଳ ହୋଇ ନାହଁ ଫରେଷ୍ଟର ଶ୍ରୀ ମୁଣ୍ଡା ତାଙ୍କ ଏତଲାରେ ଦର୍ଶାଇଛନ୍ତି ଯେ, ଗତକାଲି ରାତି ସେ ନିଜ ବାଇକ୍‌(ଓଡି-୦୪ଏସ୍‌-୯୪୬୧)ରେ ଜଏଣ୍ଟ୍‌ ପାଟ୍ରୋଲିଂ ପାଇଁ ଡୁବୁରି-ନରଣପୁର ଭିଆଇପି ରୋଡ଼ରେ ଟମକାରୁ ଡୁବୁରି ଯାଉଥିଲେ। ଦୁର୍ଗାପୁର ହମ୍ପ୍ସ ପାଖରେ ଏକ ପୁରୁଣା ମାରୁତି କାର୍‌(ଓଆର୍‌-୦୭ଏମ୍‌-୨୭୯୭) ସନ୍ଦେହଜନକ ଭାବେ ତାଙ୍କ ଆଗକୁ ମାଡ଼ିଆସି ଆଡ଼ ପକାଇବା ଉଦ୍ୟମ କରିଥିଲା। ଏହାକୁ ଖାତିର ନକରି ସେ ବାଇକ୍‌ ଚଳାଇଥିଲେ। କମଳାବାହାଳି ପାଖରେ ଉକ୍ତ କାର୍‌ ଡ୍ରାଇଭର ପୁଣି ତାଙ୍କୁ ସାଇଡ୍‌ ମାରିବାକୁ ଉଦ୍ୟତ ହୋଇଥିଲା।

ବିପଦ ଆଶଙ୍କାରେ ସେ ରାମଠେଙ୍ଗା ପାଖରେ ବାଇକ୍‌ ଠିଆ କରାଇ ତୁରନ୍ତ ସହାୟତା ପାଇଁ ଡୁବୁରି ସହକର୍ମୀମାନଙ୍କୁ ଫୋନ୍‌ କରୁଥିଲେ। ତଥାପି ଉକ୍ତ କାର୍‌ ଦ୍ରୁତ ଗତିରେ ତାଙ୍କ ଆଡ଼କୁ ମାଡ଼ି ଆସିଥିଲା। ଆକ୍ରମଣ ଆଶଂକାରେ ଶ୍ରୀ ମୁଣ୍ଡା ସଡ଼କ ତଳକୁ ବାଇକ୍‌ ଖସାଇ ତଳେ ପଡ଼ିଯାଇଥିଲେ ହେଁ ନିଶ୍ଚିତ ଅଘଟଣରୁ ବର୍ତ୍ତି ଯାଇଥିଲେ। ତେବେ ଏହି ଧକ୍କାରେ ଉକ୍ତ କାର୍‌ର ବାମ ପାର୍ଶ୍ବ ମିରର୍ ଭାଙ୍ଗି ସଡ଼କ ଉପରେ ପଡ଼ିଥିବା ଦେଖାଯାଇଥିଲା। ସେହିପରି କାର୍‌ ଧକ୍କାରେ ବାଇକ୍‌ ଲେଗ୍‌ଗାର୍ଡ ଓ ହାଣ୍ଡଲରେ ଦାଗ ରହିଛି। ଏହି କାଣ୍ଡ ଭିଆଇ କାର୍‌ ଦ୍ରୁତଗତିରେ ଡୁବୁରି ଆଡ଼କୁ ପଳାଇଥିଲା। ପୁଲିସ ଉକ୍ତ ଭଙ୍ଗା ମିରର୍ ଜବତ କରି କରିଛି l ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା କାଳିଆପାଣି ଥାନା ଓ ଟମକା ଥାନା ଅନ୍ତର୍ଗତ ଦୈତାରୀ ଓ ମହାଗିରି ପାହାଡ଼ର ସୁରକ୍ଷିତ ଜଙ୍ଗଲ(ଡିପିଏଫ୍‌)ରେ ପର୍ଯ୍ୟାନ୍ତ ପରିମାଣର ନୀଳପଥର ରହିଛି। ୨୦ ବର୍ଷ ଧରି ଏହି ଇଲାକା ମାଫିଆଙ୍କ ଚରାଭୂଇଁ ପାଲଟିଛି। ସ୍ବଚ୍ଛ ଓ ଉଚ୍ଚମାନର ନୀଳପଥର ରାଜସ୍ଥାନ ଓ ଗୁଜୁରାଟକୁ ଚୋରା ଚାଲାଣ ହୋଇଆସୁଥିବା ନେଇ ବାରମ୍ବାର ‘ବିଭିନ୍ନ ପ୍ରିଣ୍ଟ ସୋସିଆଲ ମିଡ଼ିଆ ରେ ପ୍ରକାଶ ପାଈ ଥିଲେ ମଧ୍ୟ୍ୟ ବନ ଖଣି ବିଭାଗ ପୋଲିସ ଜିଲ୍ଲା ପ୍ରଶାସନ ନିରବ ଦ୍ରଷ୍ଟା ସାଜି ଥିଲା l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking