ବାଲେଶ୍ବର: ଶଶୁର ଘରେ ଜ୍ବାଇଁର ଉନ୍ମତ୍ତ କାଣ୍ଡ। ସ୍ତ୍ରୀ, ପୁଅ ଓ ଶାଶୂଙ୍କୁ ପେଟ୍ରୋଲ ଢାଳି ଜିଅନ୍ତା ଜାଳିବାକୁ ଉଦ୍ୟମ କରିଛି ଜ୍ବାଇଁ।ଭାଗ୍ୟ ଭଲ ବୋଲି ତିନି ଜଣ ଗ୍ରାମବାସୀଙ୍କ ସହଯୋଗରେ ବଞ୍ଚିଯାଇଛନ୍ତି। ବାଲେଶ୍ବର ଜିଲ୍ଲା ନୀଳଗିରି ଥାନାରେ ଏଭଳି ଅଭିଯୋଗ ହୋଇଛି।ନୀଳଗିରି ଥାନା ଅଧୀନ ସନ୍ତରାଗଡିଆ ଗ୍ରାମର ଭାସ୍କର ସ୍ବାଇଁଙ୍କ ଘରେ।ସୂଚନା ଅନୁଯାୟୀ ପାରିବାରିକ ସମସ୍ୟା ନେଇ ଆଜି ସ୍ବାମୀ ଉତ୍ୟକ୍ତ ହୋଇ ଶାଶୂ, ସ୍ତ୍ରୀ ଓ ପୁଅ ଉପରେ ପେଟ୍ରୋଲ ଢାଳିବା ସହ ଘରର ଗ୍ୟାସ ଅନ କରି କବାଟ ବନ୍ଦ କରିଦେଇଥିଲା। ନିଆଁ ଲଗାଇବାକୁ ଉଦ୍ୟମ କରିବା ସମୟରେ ଚିତ୍କାର ଶୁଣି ପଡୋଶୀମାନେ ଦୌଡ଼ି ଆସିଥିଲେ। ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରି ନୀଳଗିରି ମେଡିକାଲରେ ଭର୍ତ୍ତି କରିଥିଲେ। ପରେ ସେ ନୀଳଗିରି ଥାନାର ଦ୍ବାରସ୍ଥ ହୋଇଛନ୍ତି। ନୀଳଗିରି ପୁଲିସ ତତ୍ପରତା ଦେଖାଇ ଅଭିଯୁକ୍ତ ମହେଶ୍ବରକୁ ଅଟକ ରଖି ପଚରାଉଚୁରା ଜାରି ରଖିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଥିଲା।










