29.1 C
Bhubaneswar
Monday, May 19, 2025
Homeଦେଶ ବିଦେଶଖୋଲିଲା ଅଟ୍ଟାରୀ-ୱାଘା ସୀମା: ପାକିସ୍ତାନୀ ନାଗରିକଙ୍କୁ ମିଳିଲା ସ୍ୱଦେଶ ଫେରିବା ଅନୁମତି

ଖୋଲିଲା ଅଟ୍ଟାରୀ-ୱାଘା ସୀମା: ପାକିସ୍ତାନୀ ନାଗରିକଙ୍କୁ ମିଳିଲା ସ୍ୱଦେଶ ଫେରିବା ଅନୁମତି

ନୂଆଦିଲ୍ଲୀ: ୨୪ ଘଣ୍ଟା ପରେ ସୀମା ଖୋଲିଲା ପାକିସ୍ତାନ । ଶୁକ୍ରବାର ପୁଣି ଥରେ ୱାଘା-ଅଟ୍ଟାରୀ ବର୍ଡର ଖୋଲିଲା ପାକିସ୍ତାନ । ସୀମା ପାର କରି ନିଜ ଦେଶ ଫେରିବାକୁ ଅନେକ ପାକ ନାଗରିକ ସୀମାରେ ଅପେକ୍ଷା କରିଥିବାବେଳେ ଗୁରୁବାର ହଠାତ୍ ସୀମା ସିଲ କରିଦେଇଥିଲା ପଡୋଶୀ । ପହଲଗାମ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ସ୍ଥିତି ଘନେଇବାରେ ଲାଗିଛି । ଭାରତ ସରକାରଙ୍କ ତରଫରୁ ଗତକାଲିଠାରୁ ଅଟାରୀ ସୀମା ବନ୍ଦ କରିବାକୁ ଘୋଷଣା କରାଯାଇଥିଲା । ହେଲେ ମାନବିକତା ଆଧାରରେ ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ନାଗରିକଙ୍କ ଯାତାୟାତ ପାଇଁ ଅଟାରୀ ସୀମା ଖୋଲା ରହିଛି । ଅର୍ଥାତ ଯେଉଁ ପାକିସ୍ତାନୀ ଏବେ ବି ବେଆଇନ ଭାବେ ଭାରତରେ ଅଛନ୍ତି ସେମାନେ ଅଟାରୀ ସୀମା ଦେଇ ପାକିସ୍ତାନ ଯାଇପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking