28.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶହିନ୍ଦୁ ମନ୍ଦିରରେ ଆକ୍ରମଣ ଗ୍ରହଣୀୟ ନୁହେଁ: ଜଷ୍ଟିନ ଟ୍ରୁଡୋ

ହିନ୍ଦୁ ମନ୍ଦିରରେ ଆକ୍ରମଣ ଗ୍ରହଣୀୟ ନୁହେଁ: ଜଷ୍ଟିନ ଟ୍ରୁଡୋ

ନୂଆଦିଲ୍ଲୀ: କାନାଡ଼ାରେ ହିନ୍ଦୁ ମନ୍ଦିରେ ଭକ୍ତମାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଏବେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ। “ମୁକ୍ତ ଏବଂ ନିରାପଦ” ଧର୍ମ ପାଳନ କରିବାର ଅଧିକାରକୁ ସେ ସମର୍ଥନ କରି ହିନ୍ଦୁ ମନ୍ଦିରରେ ହୋଇଥିବା ହିଂସାକୁ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି। ଶିଖ୍ କାର୍ଯ୍ୟକର୍ତ୍ତାଙ୍କ ଉପରେ ଗୁଳି ବିନିମୟ ହେବା ଅଭଯୋଗ ହେବା ପରେ ବ୍ରମ୍ପଟନ୍‌ ହିନ୍ଦୁ ସଭା ମନ୍ଦିରରେ ଭାରୀ ପୁଲିସ୍ ନିୟୋଜନ ହୋଇଥିବାର ଦେଖିବାକୁ ମିଳିଛି। ଭାଇରାଲ ହୋଇଥିବା ଭିଡିଓରେ କିଛି ପୁରୁଷ ମନ୍ଦିରର ଫାଟକ ଭାଙ୍ଗି କମ୍ପ୍ଲେକ୍ସ ଭିତରେ ଭକ୍ତଙ୍କୁ ଆକ୍ରମଣ କରୁଥିବା ଦେଖିବାକୁ ମିଳିଥିଲା। ପିଲ ଆଞ୍ଚଳିକ ପୁଲିସର ମୁଖପାତ୍ର କହିଛନ୍ତି ଯେ ଏହି ଘଟଣାକୁ ନେଇ ଏଯାବତ୍‌ କୌଣସି ଗିରଫଦାରୀ ହୋଇନାହିଁ। ରିପୋର୍ଟ ହୋଇଥିବା ହିଂସା ପାଇଁ ପୁଲିସ ଏଯାଏ କାହାକୁ ଦାୟୀ କରିନାହିଁ। ଦିନକୁ ଦିନ ବିଗୁଡୁଛି ଭାରତ ଓ କାନାଡା ସମ୍ପର୍କ । ନିଜ୍ଜର ହତ୍ୟା ମାମଲାକୁ ନେଇ ଉଭୟ ଦେଶ ମଧ୍ୟରେ ବିବାଦ ବଢ଼ୁଛି । ଗୋଟିଏ ପରେ ଗୋଟିଏ ସଂଗୀନ ଅଭିଯୋଗ ଆଣିଚାଲିଛି କାନ୍ନାଡ଼ା। ଏହା ପରେ କାନାଡାକୁ ଏବେ ଶକ୍ତ ଜବାବ ଦେଇଛି ଭାରତ । ଏପରକି କାନାଡା ରାଷ୍ଟ୍ରଦୂତଙ୍କୁ ସମନ ମଧ୍ୟ ଦେଇଛି ଭାରତ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking