24.1 C
Bhubaneswar
Monday, March 23, 2026
Homeଅପରାଧବିଧାୟକଙ୍କୁ ଆକ୍ରମଣ ଘଟଣା: ଡିଆଇଜିଙ୍କ ସାମ୍ବାଦିକ ସମ୍ମିଳନୀ

ବିଧାୟକଙ୍କୁ ଆକ୍ରମଣ ଘଟଣା: ଡିଆଇଜିଙ୍କ ସାମ୍ବାଦିକ ସମ୍ମିଳନୀ

ଯାଜପୁର: ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ କେନ୍ଦ୍ରାଞ୍ଚଳ ଡିଆଇଜି ସତ୍ୟଜିତ ନାୟକ ଆଜି ଯାଜପୁରରେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। ସଂପୃକ୍ତ ଥିବା ଘଟଣାରେ କୌଣସି ଅଭିଯୁକ୍ତଙ୍କୁ ଛଡ଼ାଯିବ ନାହିଁ। ନିରପେକ୍ଷ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ । ଏ ନେଇ ତଦନ୍ତ ଜାରି ରହିଛି। ରାସ୍ତାରୋକ, ଥାନା ଘେରାଉ, ହାଟ ବିବାଦ, ବିଧାୟକଙ୍କୁ ମାଡ଼ ଆଦି ଘଟଣାକୁ ନେଇ ମୋଟ ୧୬ଟି ମାମଲା ରୁଜୁ କରାଯାଇଛି। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯାଜପୁର ସହର, ଧର୍ମଶାଳା ଓ ଏହାର ଆଖପାଖ ଅଞ୍ଚଳରେ ୨୮ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଦରକାର ପଡ଼ିଲେ ଏହି ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯିବାକୁ ଯୋଜନା ରହିଛି। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ୪ଟି ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଡିଆଇଜି ଶ୍ରୀ ନାୟକ ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ୧୪ ଜଣଙ୍କୁ କୋର୍ଟଚାଲାଣ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking