ଯାଜପୁର : ଯାଜପୁର ଜିଲ୍ଲା ଧର୍ମଶାଳ ବିଧାୟକ ହିଂମାଶୁ ଶେଖର ସାହୁଙ୍କ ଚରିତ୍ର ସଂହାର କରୁଥିବା ଯୁବକଙ୍କୁ ବାନ୍ଧିଛି ପୁଲିସ୍। ଗିରଫ ଯୁବକଜଣକ ହେଲେ କେନ୍ଦ୍ରାପଡା ଜିଲ୍ଲାର ୟୁଟୁବର ଜୟଦେବ ଲେଙ୍କା । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଧର୍ମଶାଳା ବିଧାୟଙ୍କ ବିରୋଧରେ ପ୍ରାୟ ୪ ମାସ ହେବ ବାରମ୍ବାର ସୋଶାଲ ମିଡ଼ିଆରେ ଆପତ୍ତିଜଣକ ମନ୍ତବ୍ୟ ପୋଷ୍ଟ କରୁଥିଲେ ଜୟଦେବ । ଏପରିକି ୨ ଦିନ ତଳେ କରିଥିବା ପୋଷ୍ଟରେ ତାଙ୍କୁ ଗିରଫ କରିବାକୁ ଚ୍ୟାଲେଞ୍ଜ ଦେଇଥିଲେ। ଏନେଇ ବିଧାୟକଙ୍କ ସମର୍ଥକ ଗତ ୨୮ ତାରିଖରେ ଧର୍ମଶାଳା ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏହି ଘଟଣାକୁ ଗୁରୁତର ସହ ନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏହାପରେ ଜୟଦେବଙ୍କୁ ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ପୁଲିସ୍ ଅଟକ ରଖିଥିବା ବେଳେ ଗତକାଲି ତାଙ୍କୁ ନେବାକୁ ଭୁବନେଶ୍ୱରରେ ପହଞ୍ଚିଥିଲା ଧର୍ମଶାଳା ପୁଲିସ୍। ଭୁବନେଶ୍ୱରରୁ ଜୟଦେବଙ୍କୁ ଗିରଫ କରି ଧର୍ମଶାଳା ପୁଲିସ୍ ନେଇଥିବା ଜଣାଯାଇଛି। ତେଣୁ କାହା ଇଙ୍ଗିତରେ ସେ ଏପରି ପୋଷ୍ଟ କରୁଥିଲେ ତାହାର ତଦନ୍ତ ଆରମ୍ଭ କରିଛି ପୁଲିସ୍।










