24.1 C
Bhubaneswar
Monday, March 23, 2026
Homeଓଡିଶାବାଲି ମାଫିଆଙ୍କୁ ଆକ୍ରମଣ

ବାଲି ମାଫିଆଙ୍କୁ ଆକ୍ରମଣ

ମୟୁରଭଞ୍ଜ: ବାଲି ମାଫିଆଙ୍କ ବଢୁଛି ଦୌରାତ୍ମ୍ୟ। ରାତିରେ ବେଆଇନ ଭାବରେ ପଡ଼ୋଶୀ ରାଜ୍ୟକୁ ହେଉଛି ବାଲି ଚୋରା ଚାଲାଣ। ପୋଲିସ ସାଜିଛି ନୀରବଦ୍ରଷ୍ଟା। ବେଆଇନ କାର୍ଯ୍ୟକୁ ବିରୋଧ କଲେ ପୋଲିସ ନେଉଛି କାର୍ଯ୍ୟନୁଷ୍ଠାନ, ନିରୀହ ଲୋକଙ୍କୁ କରୁଛି ଗିରଫ। ଝାରପୋଖରିଆ ଥାନା ଅନ୍ତର୍ଗତ ଜାମଶୋଳା ବେଆଇନ ବାଲି ଘାଟରୁ ଦୈନିକ ଉଠୁଛି ଶହ ଶହ ଟ୍ରିପ ବାଲି। ଆଉ ବେଆଇନ ଚୋରା ଚାଲାଣକୁ ସ୍ଥାନୀୟ ଅଞ୍ଚଳର ଯୁବକମାନେ ବିରୋଧ କରିବାରୁ ଗତକାଲି ବିଳମ୍ୱିତ ରାତିରେ ବିଧାୟକଙ୍କ ଛତ୍ରଛାୟା ତଳେ ରହିଥିବା ବାଲି ମାଫିଆ ଓ ସାମ୍ବାଦିକ ସାଧାରଣ ଲୋକଙ୍କୁ କରିଥିଲେ ଆକ୍ରମଣ। ବାଲି ମାଫିଆଙ୍କ ଆକ୍ରୋଶ ଓ ଆକ୍ରମଣର ଶିକାର ହୋଇଥିଲେ ସ୍ଥାନୀୟ କିଛି ଯୁବକ। ତେବେ ବିରୋଧ କରିବାରୁ ସେମାନଙ୍କୁ ଗଇଁଠା, ବିଧା ମାଡ଼ ମାରିଥିଲେ ବାଲି ମାଫିଆ। ଆକ୍ରମଣକାରୀଙ୍କ ଠାରୁ ମାଡ଼ ଖାଇଲେ ବିକାଶ ରଞ୍ଜନ ସାହୁ। ଏନେଇ ପୋଲିସକୁ ଖବର ଦେବାରୁ ଘଟଣାସ୍ଥଳରେ ଝାରପୋଖରିଆ ଥାନା ପୋଲିସ ପହଞ୍ଚିଥିଲା । ମାତ୍ର ବେଆଇନ ବାଲି ଚାଲାଣକୁ ବିରୋଧ କରି ଆକ୍ରମଣର ଶିକାର ହୋଇଥିବା ନେଇ ଅଭିଯୋଗ କରିଥିବା ଯୁବକଙ୍କୁ ଉଠାଇ ଆଣିଥିଲା ପୋଲିସ। ସେପଟେ ନିଜକୁ ଛାପା ଗଣମାଧ୍ୟମର ସାମ୍ବାଦିକ ପରିଚୟରେ ଶକ୍ତିଶାଳୀ ହୋଇ ବେଆଇନ ବାଲି ଉତ୍ତୋଳନ, ଚାଲାଣରେ ମାଫିଆଙ୍କୁ ସହଯୋଗ ଦେଇ ନିଜେ ଏଭଳି ଜନବିରୋଧୀ କାର୍ଯ୍ୟରେ ସଂପୃକ୍ତ ହେବା ଘଟଣାକୁ ସ୍ଥାନୀୟ ଅଞ୍ଚଳବାସୀ ସହଜରେ ଗ୍ରହଣ କରିପାରୁ ନ ଥିବା ବେଳେ ଏଘଟଣା ଏବେ ପ୍ରମୁଖ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ବେଇଆନ ବାଲି ଚୋରା ଚାଲାଣ ଭଳି ଆଇନ ବିରୋଧୀ କାର୍ଯ୍ୟରେ ସହଯୋଗ ଦେଇଥିବା ଯୁବକମାନେ ହେଲେ ସାରସକଣା ବ୍ଲକର ସାନ୍ତାନୁ କୁଇଲା, ବନ୍ଧନ ସିଂ ଓ ଅବିନାଶ ପ୍ରହରାଜ। । ମାତ୍ର ଦୈନିକ ଚାଲିଥିବା ଏହି ବେଆଇନ ବାଲି ଚୋରା ଚାଲାଣ ସମ୍ପର୍କରେ ସ୍ଥାନୀୟ ଝାରପୋଖରିଆ ଥାନା ପୋଲିସ ସବୁ ଜାଣି ଚୁପ ରହିଛି ଓ ବେଆଇନ କାର୍ଯ୍ୟ ବିରୋଧରେ ମୁହଁ ଖୋଲିଲେ ଓଲଟା ପୋଲିସ ନେଉଛି କାର୍ଯ୍ୟନୁଷ୍ଠାନ। ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷର କାରଣ ପାଲଟିଛି। ସେହିପରି ସ୍ଥାନୀୟ ଅଞ୍ଚଳର ନିର୍ମାଣ କାର୍ଯ୍ୟ ପାଇଁ ବାଲିର ଘୋର ଅଭାବ ରହିଥିବା ବେଳେ ପୋଡଶୀ ରାଜ୍ୟକୁ ଚୋରା ଚାଲାଣ ହେଉଥିବା ସମ୍ପର୍କରେ ସ୍ଥାନୀୟ ବିଧାୟକଙ୍କ ନିକଟରେ ଖବର ଅଛି କି ନା । ଯଦି ଅଛି ତେବେ ଏଥିରେ ଅଙ୍କୁଶ ଲଗାଇବା ପାଇଁ କିପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଅନ୍ୟପଟେ ଯଦି ଗ୍ରହଣ କରିନାହାନ୍ତି ତେବେ ବାଲି ମାଫିଆ କି ଅଞ୍ଚଳବାସୀ କାହାର ସ୍ୱାର୍ଥ ପାଇଁ ବୋଲି ପ୍ରଶ୍ନ ଉଠାଇଛନ୍ତି ଅଞ୍ଚଳବାସୀ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking