30.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶଆତିଶୀ ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ଆତିଶୀ ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେବେ ଆତିଶୀ ମର୍ଲେନୀ । କେଜ୍ରିୱାଲଙ୍କ ସ୍ଥାନରେ ନୂଆ ମୁଖ୍ୟମନ୍ତ୍ରୀ ହେବେ ଆତିଶୀ । ଆପ୍ ବିଧାୟକ ଦଳ ବୈଠକରେ ଆତିଶୀଙ୍କ ନାଁରେ ମୋହର । ସର୍ବ ସମ୍ମତିକ୍ରମେ ଅତିଶୀଙ୍କୁ ମୁଖ୍ୟମନ୍ତ୍ରୀ ବାଛିଲେ ବିଧାୟକ । ତେବେ ଏବ ଦିଲ୍ଲୀର ଶିକ୍ଷାମନ୍ତ୍ରୀ ଅଛନ୍ତି ଆତିଶୀ । କହି ରଖୁଛୁ, ଗତକାଲି ଅରବିନ୍ଦ କେଜ୍ରିଓ୍ୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ । ୨ ଦିନ ପରେ ସେ ସିଏମ୍‌ ପଦ ଛାଡ଼ିବେ ବୋଲି କହିଥିଲେ । ଆଜି ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ପଲିଟିକାଲ୍‌ ଆଫେୟାର୍ସ କମିଟି (ପିଏସି)ର ଏକ ବୈଠକ ହୋଇଥିଲା । ଆଜି ସକାଳ ୧୧ଟାରେ ଆମ୍ ଆଦମୀ ପାର୍ଟି ବିଧାୟକମାନଙ୍କର ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମରେ ମୋହର ବାଜିଛି । ଅରବିନ୍ଦ କେଜ୍ରିଓ୍ୱାଲ ଅପରାହ୍ନ ୪ଟା ୩୦ରେ ଦିଲ୍ଲୀ ଉପରାଜ୍ୟପାଳ (ଏଲ୍‌ଜି) ଭି.କେ. ସକ୍ସେନାଙ୍କୁ ଭେଟି ତାଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିପାରନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking