26.1 C
Bhubaneswar
Friday, March 27, 2026
Homeଦେଶ ବିଦେଶଏଟିଏଫ୍ ଦର ପୁଣି ବଢ଼ିଲା; ବିମାନ ଯାତ୍ରା ମହଙ୍ଗା ହେବ!

ଏଟିଏଫ୍ ଦର ପୁଣି ବଢ଼ିଲା; ବିମାନ ଯାତ୍ରା ମହଙ୍ଗା ହେବ!

ନୂଆଦିଲ୍ଲୀ: ବିମାନ ଇନ୍ଧନ ଆଭିଏସନ୍ ଟର୍ବାଇନ୍ ଫୁଏଲ (ଏଟିଏଫ୍‌)ର ମୂଲ୍ୟ ବୃଦ୍ଧି ହୋଇଛି। ଫଳରେ ଏବେ ବିମାନ ଯାତ୍ରା ମହଙ୍ଗା ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ପ୍ରକାଶ, କ୍ରମାଗତ ୨ୟ ମାସ ପାଇଁ ପେଟ୍ରୋଲିୟମ କମ୍ପାନିଗୁଡିକ ବିମାନରେ ବ୍ୟବହୃତ ଇନ୍ଧନ (ଏଟିଏଫ୍‌)ର ଦର ବୃଦ୍ଧି କରିଛନ୍ତି। ଯେଉଁଥିପାଇଁ ବିମାନ କମ୍ପାନିଗୁଡିକର ପରିଚାଳନା କାର୍ଯ୍ୟ ମହଙ୍ଗା ହେବାର ଆଶଙ୍କା ରହିଛି। ପ୍ରକାଶ, ଏହି ଦୁଇ ମାସ ମଧ୍ୟରେ ବିମାନର ଇନ୍ଧନ ଏଟିଏଫର ଦର ରାଜଧାନୀ ଦିଲ୍ଲୀରେ ଏଟିଏଫ୍ କିଲୋଲିଟର ପିଛା ୪୨୦୦ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି।

ଦେଶର ପ୍ରମୁଖ ୪ଟି ମେଟ୍ରୋ ବିମାନ ବନ୍ଦରରେ ଏଟିଏଫ୍ ଦରରେ ବୃଦ୍ଧି ଘଟିଛି। ଆଇଓସିଏଲ ତଥ୍ୟ ଅନୁଯାୟୀ, ନଭେମ୍ବର ତୁଳନାରେ ଡିସେମ୍ବର ମାସରେ ଜେଟ୍ ଇନ୍ଧନର ଦରରେ ବୃଦ୍ଧି ଘଟିଛି। ଦିଲ୍ଲୀର ଏଟିଏଫ୍ ଦରରେ ୧,୩୧୮.୧୨ ଟଙ୍କା ବୃଦ୍ଧି ଘଟିଛି ଫଳରେ ଏହା କିଲୋଲିଟର ପିଛା ୯୧,୮୫୬.୮୪ ଟଙ୍କା ହୋଇଛି। କୋଲକାତାରେ ଜେଟ୍ ଇନ୍ଧନର ଦରରେ ୧,୧୫୮.୮୪ ଟଙ୍କା ବୃଦ୍ଧି ଘଟିଛି ଏବଂ ଏହାର ଦର କିଲୋଲିଟର ପିଛା ୯୪,୫୫୧.୬୩ ଟଙ୍କା ହୋଇଛି। ମୁମ୍ବାଇରେ ଏଟିଏଫ୍ ଦର ୧,୨୧୮.୧୧ ଟଙ୍କା ବଢ଼ି ଏହା କିଲୋଲିଟର ପିଛା ୮୫,୮୬୧.୦୨ଟଙ୍କାକୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ, ଚେନ୍ନାଇରେ ଏଟିଏଫ୍ ୧,୨୭୪.୩୯ ଟଙ୍କା ବ୍ୟୟବହୁଳ ହୋଇଛି ଏବଂ ଏହାର ମୂଲ୍ୟ କିଲୋଲିଟର ପିଛା ୯୫,୨୩୧.୪୯ ଟଙ୍କା ହୋଇଛି। ସେହିପରି ଅନ୍ୟ ଏକ ରିପୋର୍ଟ ଅନୁସାରେ ଆଜି ମାସ ଆରମ୍ଭରେ କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ୧୬.୫୦ ବୃଦ୍ଧି ପାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking