21.1 C
Bhubaneswar
Thursday, February 5, 2026
Homeଓଡିଶାଆସିଣ୍ଟାଣ୍ଟ ଟ୍ୟାକ୍ସ କମିଶନର୍ ଗିରଫ

ଆସିଣ୍ଟାଣ୍ଟ ଟ୍ୟାକ୍ସ କମିଶନର୍ ଗିରଫ

ଭୁବନଶ୍ୱେର: ଆସିଷ୍ଟାଣ୍ଟ ଟ୍ୟାକ୍ସ କମିଶନର ସରିତା ବାରିକ ଗିରଫ । ଲାଞ୍ଚ ନେଇ ଧରାପଡିବା ପରେ ଗିରଫ କଲା ଭିଜିଲାନ୍ସ ଟିମ୍ । ରେଡ୍ ବେଳେ ଘରୁ ମିଳିଲା ନଗଦ ୧ ଲକ୍ଷ ୪୫ ହଜାର ଟଙ୍କା । ୬୦ ଲକ୍ଷର ଡିପୋଜିଟ୍ ସହ ୨୨୨ ଗ୍ରାମ ସୁନା ଗହଣା ଠାବ କରିଛି ଭିଜିଲାନ୍ସ ଟିମ୍ । ସୂଚନାଯୋଗ୍ୟ, ଗତକାଲି ୨୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଥିଲେ । ଜଣେ ବେକେରି ମାଲିକଙ୍କ ଉପରେ ଲାଗିଥିବା ଜରିମାନା ରଫାଦଫା କରିବା ପାଇଁ ସରିତା ବାରିକ ଲାଞ୍ଚ ମାଗିଥିଲେ। ଏନେଇ ଅଭିଯୋଗକାରୀ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ଅଭିଯୋଗ ଆଧାରରେ ବାରିକଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା ଭିଜିଲାନ୍ସ ଟିମ୍। ଟଙ୍କା ଲାଞ୍ଚ ନେବା ବେଳେ ପୂର୍ବରୁ ଯୋଜନା କରିଥିବା ଭିଜିଲାନ୍ସ ବିଭାଗର ଅଧିକାରୀମାନେ ଅତର୍କିତ ଚଢ଼ଉ କରିଥିଲେ। ଘଟଣାସ୍ଥଳରୁ ରଂଗବୋଳା ଟଙ୍କା ଜବତ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking