24.1 C
Bhubaneswar
Friday, January 10, 2025
Homeଓଡିଶାଆଜିଠୁ ବିଧାନସଭା ଶୀତ ଅଧିବେଶନ

ଆଜିଠୁ ବିଧାନସଭା ଶୀତ ଅଧିବେଶନ

ଭୁବନେଶ୍ୱର: ଆଜିଠାରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ । ଏହା ଡିସେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ । ଏହି ଅବଧି ଭିତରେ ରହିଛି ମୋଟ୍ ୩୦ଟି କାର୍ଯ୍ୟକାରୀ ଦିବସ । ନଭେମ୍ବରରେ ୮ ଦିନ ଓ ଡିସେମ୍ବରରେ ୨୩ ଦିନ ଚାଲିବ । ନଭେମ୍ବରରେ ୨୫ରୁ ୨୭ ଯାଏ ଏବଂ ଡିସେମ୍ବରରେ ୩,୯,୧୦,୧୭, ୨୩ ଓ ୨୪ ତାରିଖରେ ଗୃହକୁ ମୁଲତବୀ କରାଯିବ । ଏହି ଅଧିବେଶନରେ ୬ଟି ବେସରକାରୀ ସଭ୍ୟ କାର୍ଯ୍ୟ ଦିବସ ରହିଛି । ପ୍ରଥମ ମହିଳା ବାଚସ୍ପତି ଭାବେ ପ୍ରମିଳା ମଲ୍ଲିକ ଦ୍ୱିତୀୟ ଥର ଗୃହ ପରିଚାଳନା କରିବେ ।

ଶୀତ ଅଧିବେଶନ ଚାଲୁଥିବାବେଳେ ସାଧାରଣ ଲୋକଙ୍କ ପାଇଁ ଟ୍ରାଫିକ୍ କଟକଣା କରାଯାଇଛି । ସୁରକ୍ଷାକୁ ଅଧିକ କଡ଼ାକଡ଼ି ପାଇଁ ବିଧାନସଭା ଦୁଇ ପାଶ୍ୱର୍ ଫାଠକ, ରବୀନ୍ଦ୍ର ମଣ୍ଡପ ଗେଟ୍‌, ଲୋୟର ପିଏମ୍‌ଜି ଭଳି ୫ଟି ସ୍ଥାନରେ ଅସ୍ଥାୟୀ ପୁଲିସ କଣ୍ଟ୍ରୋଲ ରୁମ୍ କାର୍ଯ୍ୟ କରୁଛି । ପୁଲିସ୍ ମହାନିର୍ଦ୍ଦେଶକ ସୁନୀଲ ବଂଶଲଙ୍କ ନେତୃତ୍ୱରେ ଟ୍ୱିନ୍‌ସିଟି କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା, ଗୁଇନ୍ଦା ଡିଆଇଜି ଅନୁପ ସାହୁ, ଭୁବନେଶ୍ୱର ଡିସିପି ପ୍ରତୀକ୍ ସିଂ ପ୍ରମୁଖ ସୁରକ୍ଷା ତଦାରଖ ହେବ । ଡିସିପି ପ୍ରତୀକ୍ ସିଂଙ୍କ ନେତୃତ୍ୱରେ ୮ ଅତିରିକ୍ତ ଡିସିପି, ୧୬ ଏସିପି, ୨୦ ଇନ୍ସପେକ୍ଟରଙ୍କ ସହ ୧୦୦ରୁ ଉର୍ଦ୍ଧ ପୁଲିସ୍ କର୍ମଚାରୀ ନିୟୋଜିତ ହୋଇଛନ୍ତି ।

ନିଷ୍ପତ୍ତି ଅନୁସାରେ ବିଧାନସଭାକୁ ସଂଯୋଗ କରୁଥିବା ୫ ରୁଟକୁ ଡାଇଭର୍ଟ କରାଯାଇଛି । ସମସ୍ତଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯିବ । ବିଧାନସଭା ଛାତରେ ପୁଲିସ ମୂତୟନ ସହ ବିଧାନସଭା ଚାରିପଟେ ସଶସ୍ତ୍ର ସୁରକ୍ଷା ବାହିନୀ ଅହୋରାତ୍ର ଜଗି ରହିବେ । ପ୍ରବେଶ ପଥରେ ଦୁଇଟି ଚେକ୍‌ପୋଷ୍ଟ କରାଯାଇଛି । ବିଧାନସଭା ଠାରୁ ଆରମ୍ଭ କରି ଲୋୟର ପିଏମ୍‌ଜି, ରବୀନ୍ଦ୍ର ମଣ୍ଡପ ଛକ ଓ ତା’ସଂଲଗ୍ନ ରାସ୍ତାରେ ସିସିଟିଭି ଳଗାଯାଇଛି । ବିଧାନସଭା ସଂଲଗ୍ନ କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ଉଡ଼ିବ ଡ୍ରୋନ୍ । ଆନ୍ଦୋଳନକାରୀଙ୍କ ସମେତ ସମସ୍ତଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯିବ । ଏସ୍‌ଓଜି, ଷ୍ଟ୍ରାଇକିଂ ଫୋର୍ସ, ବୋମା ନିଷ୍କ୍ରିୟକାରୀ ଦଳ, କ୍ୟୁଏଟି, ଡ୍ରଗ୍ ସ୍କ୍ୱାଡ୍‌, ଅଗ୍ନିଶମ ବିଭାଗ ଆଦି ସବୁ ଦିଗ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking