28.1 C
Bhubaneswar
Tuesday, July 9, 2024
Homeଓଡିଶା୨୨ରୁ ବିଧାନସଭା ଅଧିବେଶନ

୨୨ରୁ ବିଧାନସଭା ଅଧିବେଶନ

ଭୁବନେଶ୍ୱର : ଆସନ୍ତା ୨୨ରୁ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ । ୨୪ରେ ହେବ ଉପ-ବାଚସ୍ପତି ନିର୍ବାଚନ । ୨୫ରେ ଉପସ୍ଥାପିତ ହେବ ରାଜ୍ୟ ବଜେଟ୍ । ସେପ୍ଟେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଅଧିବେଶନ । ଏନେଇ ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ମିଳିଥିବା ସୂଚନା ମୁତାବକ, ରାଜ୍ୟପାଳଙ୍କ ଅଭିଭାଷଣ ସହ ସପ୍ତଦଶ ବିଧାନସଭାର ଅଧିବେଶନ ଆରମ୍ଭ ହେବ । ଏହାପରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ହେବ । ତତ୍‌ପରେ ଉପବାଚସ୍ପତି ନିର୍ବାଚନ ସମ୍ପର୍କରେ ଘୋଷଣା ହେବ । ୨୪ ତାରିଖରେ ଉପବାଚସ୍ପତି ନିର୍ବାଚନ ହେବ । ଏହାପରେ ଚଳିତ ମାସ ୨୫ ତାରିଖରେ ରାଜ୍ୟ ବଜେଟ୍ ଉପସ୍ଥାପନ ହେବ । ସେପ୍ଟେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଅଧିବେଶନ ।

ସୂଚନାଯୋଗ୍ୟ, ରାଜ୍ୟରେ ସରକାର ପରିବର୍ତ୍ତନ ହେବା ପରେ ପ୍ରଥମ ଥର ପାଇଁ ମୋହନ ସରକାର ଏଥର ବିଧାନସଭା ଅଧିବେଶନରେ ବଜେଟ୍ ଉପସ୍ଥାପନ କରିବେ । ବିଜେଡି ଏଥର ପ୍ରଥମକରି ବିରୋଧୀ ଆସନରେ ନଜର ଆସିବ । ତେଣୁ ଏଥର ବିଧାନସଭା ଅଧିବେଶନରେ ଶାସକ-ବିରୋଧୀଙ୍କ ଭିତରେ କଡା ମୁକାବିଲା ଦେଖିବାକୁ ମିଳିପାରେ । ଖାସ୍ କରି ବିରୋଧୀ ବିଜେଡି, ଶାସକ ଦଳକୁ ଘେରିବାକୁ ରଣନୀତି ପ୍ରସ୍ତୁତ କରୁଛି । ଅନ୍ୟପଟେ ଶାସକ ବିଜେପି ମଧ୍ୟ ବିରୋଧୀଙ୍କୁ ମୁକାବିଲା କରିବାକୁ ଅଣ୍ଟାଭିଡୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking