ଯାଜପୁର : ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ଘଟଣାରେ ୧୦ ଅଭିଯୁକ୍ତ ଗିରଫ । ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଅଭିଯୁକ୍ତମାନଙ୍କର ନାନା ଦାନଗଦି ଡାକ୍ତରଖାନାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯଯାଇଥିଲା । ଏହାପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଗତକାଲି ସନ୍ଧ୍ୟାରେ ଯାଜପୁର ଟାଉନ ଥାନା ବୁଢାଘାଟରେ ହିମାଂଶୁ ସାହୁ ଗାଡିରେ ଯାଉଥିବା ବେଳେ ତାଙ୍କୁ ଆକ୍ରମଣ କରାଯାଇଥିଲା । ବିଜେଡି ନ୍ତା ବବି ଦାସଙ୍କ ଲୋକ ହିମାଂଶୁଙ୍କ ଗାଡିକୁ ଭଙ୍ଗାରୁଜା କରିବା ଅଭିଯୋଗ କରିଥିଲେ ଧର୍ମଶାଳା ବିଧାୟକ । ୧୦ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଫରୱାର୍ଡ କରାଯଆଇଛି । ଏବଂ ଏହାରି ମଧ୍ୟରେ ଅଭିଯୁକ୍ତମାନଙ୍କର ଦାନଗଦି ଡାକ୍ତରଖାନାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବା ସୂଚନା ରହିଛି ।