25.9 C
Bhubaneswar
Monday, April 6, 2026
Homeଦେଶ ବିଦେଶଆସାମର ନାବାଳିକା ଗଣଦୁଷ୍କର୍ମ ମାମଲା : ଖସି ପଳାଇବାକୁ ଚେଷ୍ଟା ସମୟରେ ଚାଲିଗଲା ଅଭିଯୁକ୍ତର ଜୀବନ

ଆସାମର ନାବାଳିକା ଗଣଦୁଷ୍କର୍ମ ମାମଲା : ଖସି ପଳାଇବାକୁ ଚେଷ୍ଟା ସମୟରେ ଚାଲିଗଲା ଅଭିଯୁକ୍ତର ଜୀବନ

ଆସାମ : ଆସାମର ନାବାଳିକା ଗଣଦୁଷ୍କର୍ମ ମାମଲାରେ। କ୍ରାଇମ୍‌ ସିନ୍‌ ରିକ୍ରିଏଟ୍‌ ବେଳେ ଚାଲିଗଲା ଅଭିଯୁକ୍ତର ଜୀବନ । ଖସି ପଳାଇବାକୁ ଚେଷ୍ଟା କରି ପୋଖରୀକୁ ଡେଇଁ ଅଭିଯୁକ୍ତ ଜଣକ ପ୍ରାଣ ହରାଇଥିବା ସୂଚନା ମିଳିଛି। ଆସାମରେ ନିକଟରେ ଜଣେ ୧୪ ବର୍ଷୀୟ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଗତକାଲି ତିନିଜଣ ସନ୍ଦିଗ୍ଧଙ୍କ ମଧ୍ୟରୁ ତଫଜୁଲ ଇସଲାମଙ୍କୁ ଗିରଫ କରିଥିଲା ପୁଲିସ। ଆଜି ଭୋର ୪ ଟା ବେଳେ ତାକୁ କ୍ରାଇମ ସ୍ପଟ୍‌କୁ ନିଆଯାଇ ସିନ୍‌ ରିକ୍ରିଏଟ୍‌ କରାଯାଉଥିଲା।ଏହି ସମୟରେ ପୁଲିସ ହେପାଜତରୁ ଖସିଯିବାକୁ ଚେଷ୍ଟା କରିଥିଲା ତଫଜୁଲ। ନିକଟରେ ଥିବା ପୋଖରୀକୁ ସେ ଡେଇଁ ପଡିଥିଲା। ସେ ବୁଡ଼ିଯିବାର ସମ୍ଭାବନା ଥିବାରୁ ପୁଲିସ ତୁରନ୍ତ ପୋଖରୀରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ପ୍ରାୟ ଦୁଇ ଘଣ୍ଟା ପରେ ଉଦ୍ଧାରକାରୀ ଦଳ ଇସଲାମର ମୃତଦେହକୁ ପାଣିରୁ ଉଦ୍ଧାର କରିଛନ୍ତି। ତଦନ୍ତ ପରେ ପୁଲିସ ଶୁକ୍ରବାର ଦିନ ଇସଲାମକୁ ଗିରଫ କରିଥିଲା। ଏହି ଗଣଦୁଷ୍କର୍ମରେ ସମ୍ପୃକ୍ତ ତୃତୀୟ ଅଭିଯୁକ୍ତ ଭାବେ ସେ ଚିହ୍ନଟ ହୋଇଥିଲା। ଅନ୍ୟପକ୍ଷରେ ଏହି ସାମଲାରେ ସମ୍ପୃକ୍ତ ଅନ୍ୟ ଦୁଇ ଅପରାଧୀଙ୍କୁ ପୁଳିସ ଖୋଜାଖୋଜି ଜାରି ରଖିଛି। ଖୁବଶୀଘ୍ର ଉଭୟଙ୍କୁ ଗିରଫ କରାଯିବ ବୋଲି ନାଗାଓଁ ଏସ୍‌ପି କହିଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking