25.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶଭୂମିକମ୍ପରେ ଥରିଲା ଆସାମ ଏବଂ ଜାମ୍ମୁ-କାଶ୍ମୀର

ଭୂମିକମ୍ପରେ ଥରିଲା ଆସାମ ଏବଂ ଜାମ୍ମୁ-କାଶ୍ମୀର

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରର ଡୋଡା ଏବଂ ଆସାମର କିଛି ଜିଲ୍ଲାରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ଜାତୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଡୋଡା ଜିଲ୍ଲାରେ ଆସିଥିବା ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪ ରହିଛି। ଚିନାବ ଘାଟିରେ ୪.୩ର ତୀବ୍ରତାର ଭୂମିକମ୍ପର ଝଟକା ଲାଗିଛି, ଯାହାର କେନ୍ଦ୍ରସ୍ଥଳ ଡୋଡା ଜିଲାର ଗୁଡୋହ ଅଞ୍ଚଳରେ ଥିଲା। ଆସାମର ଗୋହ୍ୱାଟି ଜିଲ୍ଲାରେ ୪.୬ ତୀବ୍ରତାର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି।

ଦୁଇ ରାଜ୍ୟରେ କିଛି କ୍ଷୟ କ୍ଷତି ହେବାର ଖବର ଆସିନାହିଁ। ହେଲେ ଜୋରରେ ଝଟକା ଲାଗିବା ନେଇ ଲୋକେ ଭୟଭୀତ ହୋଇଛନ୍ତି। ଭୂମିକମ୍ପର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ୧୫ କିମି ଗଭୀରରେ, ଉତ୍ତର ଅକ୍ଷାଂଶ ୩୨.୯୫ ଡିଗ୍ରୀ ଏବଂ ପୂର୍ବ ଦ୍ରାଘିମାରେ ୭୫.୮୩ ଡିଗ୍ରୀ ମିଳିଥିଲା। ଶନିବାର ଦ୍ୱିପ୍ରହରରେ ୩ଟା ୩୦ରେ ହିମାଚଳ ପ୍ରଦେଶରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଶିମଲା ଜିଲ୍ଲାରେ ୩ ତୀବ୍ରତାର ଭୂମିକମ୍ପ ମପାଯାଇଥିଲା। ନେସନାଲ ସେଣ୍ଟର ଫର ସେସ୍ମୋଲୋଜୀ ଅନୁସାରେ, ଶିମଲାରେ ଆସିଥିବା ଭୂମିକମ୍ପ ସାଧାରଣ ଥିଲା ଏବଂ ଏହାର କେନ୍ଦ୍ର ପୃଥିବୀ ତଳେ ୫ କିମି ଗଭୀରରେ ୩୧.୨୧ ଡିଗ୍ରୀ ଉତ୍ତର ଏବଂ ୭୭.୮୭ ଡିଗ୍ରୀ ପୂର୍ବରେ ଥିଲା। ଏହି ଭୂମିକମ୍ପରେ କୌଣସି କ୍ଷୟ-କ୍ଷତି ଘଟିନଥିବାର ଖବର ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking