15.1 C
Bhubaneswar
Wednesday, December 10, 2025
Homeଓଡିଶାଜାତୀୟ ସ୍ତରରେ ସ୍ୱଚ୍ଛ ସହର ସର୍ବେକ୍ଷଣରେ ଆସ୍କା

ଜାତୀୟ ସ୍ତରରେ ସ୍ୱଚ୍ଛ ସହର ସର୍ବେକ୍ଷଣରେ ଆସ୍କା

ବିଜ୍ଞାପିତ ଅଞ୍ଚଳ ପରିଷଦର ଦ୍ୱିତୀୟ ସ୍ଥାନ ହାସଲ

ମୁଖ୍ୟମନ୍ତ୍ରୀଙ୍କୁ ଟ୍ରଫି ଓ ସାର୍ଟିଫିକେଟ ପ୍ରଦର୍ଶନ କଲେ ବିଧାୟକ

ଭୁବନେଶ୍ୱର : ଦେଶର ସ୍ୱଚ୍ଛ ସହର ସର୍ଭେରେ ଗଞ୍ଜାମ ଜିଲ୍ଲାର ଆସ୍କା ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ୱିତୀୟ ସ୍ଥାନ ହାସଲ କରିଛି । ଚଳିତ ମାସ ୧୭ ତାରିଖରେ ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରାଳୟ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଏଥି ନିମନ୍ତେ ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର ୨୦୨୪-୨୫ ପ୍ରଦାନ କରିଛନ୍ତି । ଆଜି ଲୋକସେବା ଭବନ ଠାରେ ଆସ୍କା ବିଧାୟକ ଶ୍ରୀ ସରୋଜ କୁମାର ପାଢ଼ୀ ଏବଂ ଅଧ୍ୟକ୍ଷା ବିନୀତା ସ୍ୱାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିକଟରେ ଏହି ସାର୍ଟିଫିକେଟ ଓ ଟ୍ରଫି ପ୍ରଦର୍ଶନ କରିଥିଲେ । ମୁଖ୍ୟମନ୍ତ୍ରୀ ଏହି ସଫଳତା ପାଇଁ ଖୁସିବ୍ୟକ୍ତ କରିବା ସହିତ ଉଭୟ ବିଧାୟକ ଓ ଅଧ୍ୟକ୍ଷାଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହିପରି ସ୍ୱଚ୍ଛ ଅଭିଯାନ ଜାରି ରଖି ପ୍ରଥମ ସ୍ଥାନ ହାସଲ କରିବା ପାଇଁ ଉଦ୍ୟମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ସୂଚନାଯୋଗ୍ୟ ଯେ, ୨୦ ହଜାରରୁ ୫୦ ହଜାର ଜନସଂଖ୍ୟା ବିଶିଷ୍ଟ କ୍ୟାଟେଗୋରିରେ ଗଞ୍ଜାମ ଜିଲ୍ଲାର ଆସ୍କା, ଦେଶରେ ସ୍ୱଚ୍ଛ ସହର ଭାବେ ଦ୍ୱିତୀୟ ସ୍ଥାନ ହାସଲ କରି ଏହି ପୁରସ୍କାର ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking