24.1 C
Bhubaneswar
Wednesday, January 14, 2026
Homeଦେଶ ବିଦେଶଏସିଆନ୍ ଅଣ୍ଡର-୧୮ ଆଥ୍‌ଲେଟିକ୍ସ ଚାମ୍ପିଅନ୍‌ଶିପ୍‌; ଜାଭେଲିନ୍ ଥ୍ରୋ’ରେ ହିମାଂଶୁଙ୍କୁ ଐତିହାସିକ ସ୍ୱର୍ଣ୍ଣ

ଏସିଆନ୍ ଅଣ୍ଡର-୧୮ ଆଥ୍‌ଲେଟିକ୍ସ ଚାମ୍ପିଅନ୍‌ଶିପ୍‌; ଜାଭେଲିନ୍ ଥ୍ରୋ’ରେ ହିମାଂଶୁଙ୍କୁ ଐତିହାସିକ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ସାଉଦି ଆରବର ଦମ୍ମାମ୍‌ରେ ଆୟୋଜିତ ଏସିଆନ୍ ଅଣ୍ଡର-୧୮ ଆଥ୍‌ଲେଟିକ୍ସ ଚାମ୍ପିଅନ୍‌ଶିପ୍‌ରେ ଭାରତର ହିମାଂଶୁ ଜାଖର୍ ଜାଭେଲିନ୍ ଥ୍ରୋ’ରେ ଐତିହାସିକ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଶନିବାର ହିମାଂଶୁ ୬୭.୫୭ ମିଟର ଥ୍ରୋ ପ୍ରୟାସ ସହ ଏହି ଉପଲବ୍ଧି ଲାଭ କରିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟ୍‌ର ବାଳକ ଜାଭେଲିନ୍ ଥ୍ରୋ’ରେ ଭାରତର ଏହା ପ୍ରଥମ ସ୍ୱର୍ଣ୍ଣ। ଏହା ସହିତ ଭାରତ ଗୋଟିଏ ସ୍ୱର୍ଣ୍ଣ, ପାଞ୍ଚ ରୌପ୍ୟ ଏବଂ ପାଞ୍ଚ ବ୍ରୋଞ୍ଜ୍ ସମେତ ମୋଟ ୧୧ ପଦକ ଜିତି ଚାମ୍ପିଅନ୍‌ଶିପ୍‌ରେ ଅଭିଯାନ ଶେଷ କରିଛି।

ଶନିବାରର ଫାଇନାଲ୍‌ରେ ହରିୟାଣାର ୧୭ ବର୍ଷୀୟ ଆଥ୍‌ଲେଟ୍ ଚୀନ୍‌ର ଲୁ ହାଓ (୬୩.୪୫ ମି.) ଏବଂ ଉଜ୍‌ବେକିସ୍ତାନର ରୁସ୍‌ଲାନ୍ ସାଦୁଲାଏଭ୍ (୬୧.୯୬ମି.)ଙ୍କୁ ପଛରେ ପକାଇ ଦେଇଛନ୍ତି। ୭୪.୫୬ ମିଟର (୭୦୦ ଗ୍ରାମ୍‌) ହିମାଂଶୁଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ହୋଇଥିବା ବେଳେ ୨୦୨୪ ଡିସେମ୍ବରରେ ଅନୁଷ୍ଠିତ ଜାତୀୟ ଜୁନିୟର୍ ଆଥ୍‌ଲେଟିକ୍ସ ଚାମ୍ପିଅନ୍‌ଶିପ୍‌ରେ ସେ ଏହା ହାସଲ କରିଥିଲେ। ଚଳିତ ବର୍ଷ ପ୍ରାରମ୍ଭରେ ସେ ଜାନ୍ ଜେଲେଞ୍ଜିଙ୍କ ଅଧୀନରେ ଷ୍ଟାର୍ ଭାରତୀୟ ଜାଭେଲିନ୍ ଥ୍ରୋୟର୍ ନୀରଜ ଚୋପ୍ରାଙ୍କ ସହ ସାଉଥ୍ ଆଫ୍ରିକାରେ ଟ୍ରେନିଂ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking