22.1 C
Bhubaneswar
Friday, January 16, 2026
Homeଖେଳଏସିଆନ୍ ଟିଟି ଚାମ୍ପିଅନ୍‌ଶିପ୍‌; ଭାରତୀୟ ମହିଳା ଟିମ୍‌କୁ ଐତିହାସିକ ବ୍ରୋଞ୍ଜ୍ 

ଏସିଆନ୍ ଟିଟି ଚାମ୍ପିଅନ୍‌ଶିପ୍‌; ଭାରତୀୟ ମହିଳା ଟିମ୍‌କୁ ଐତିହାସିକ ବ୍ରୋଞ୍ଜ୍ 

ଅସ୍ତାନା: କଜାଖସ୍ତାନର ଅସ୍ତାନାରେ ଆୟୋଜିତ ଏସିଆନ୍ ଟେବଲ୍ ଟେନିସ୍ ଚାମ୍ପିଅନ୍‌ଶିପ୍‌ରେ ଭାରତୀୟ ମହିଳା ଟିମ୍ ବୁଧବାର ଐତିହାସିକ ବ୍ରୋଞ୍ଜ୍ ପଦକ ଜିତିଛି। ଏସିଆନ୍ ଟେବଲ୍ ଟେନିସ୍ ସଂଘ (ଏଟିଟିୟୁ) ଦ୍ୱାରା ୧୯୭୨ରେ ଟୁର୍ଣ୍ଣାମେଣ୍ଟ୍ ଆରମ୍ଭ କରାଯିବା ପରଠାରୁ ମହିଳା ଟିମ୍ ଇଭେଣ୍ଟ୍‌ରେ ଭାରତର ଏହା ପ୍ରଥମ ପଦକ। ଭାରତ ସେମିଫାଇନାଲ୍‌ରେ ଜାପାନଠାରୁ ୧-୩ରେ ପରାଜିତ ହୋଇଛି। ସେହିପରି ଅନ୍ୟ ସେମିଫାଇନାଲ୍‌ରେ ଚୀନ୍ ୩-୦ରେ ହଂକଂକୁ ହରାଇଛି।

ପରାଜିତ ଦୁଇ ସେମିଫାଇନାଲିଷ୍ଟଙ୍କୁ ବ୍ରୋଞ୍ଜ୍ ପଦକ ମିଳିଛି। ଏହା ପୂର୍ବରୁ ଭାରତୀୟ ମହିଳା ଟିମ୍ ମଙ୍ଗଳବାର ଚାମ୍ପିଅନ୍‌ଶିପ୍‌ରେ ବିପର୍ଯ୍ୟୟ ସୃଷ୍ଟି କରିଥିଲା। କ୍ୱାର୍ଟର ଫାଇନାଲ୍ ମ୍ୟାଚ୍‌ରେ ଟିମ୍ ପ୍ୟାରିସ୍ ଅଲିମ୍ପିକ୍ ବ୍ରୋଞ୍ଜ୍ ବିଜେତା ଦକ୍ଷିଣ କୋରିଆକୁ ୩-୨ରେ ମାତ୍ ଦେଇ ଶୀର୍ଷ-୪ରେ ସ୍ଥାନ ହାସଲ ସହ ପଦକ ପକ୍କା କରିଥିଲା। ଏହି ବିଜୟରେ ଅୟହିକା ମୁଖାର୍ଜୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ। ବିଶ୍ୱର ୯୨ ର‌୍ୟାଙ୍କ୍‌ର ଭାରତୀୟ ଖେଳାଳି ବିଶ୍ୱ ନଂ.୮ ଶିନ୍ ୟୁବିନ୍ ଏବଂ ବିଶ୍ୱ ନଂ.୧୬ ଖେଳାଳି ଜିୟୋନ୍ ଜିହିଙ୍କୁ ହରାଇଥିôଲେ।

ମଙ୍ଗଳବାର ସନ୍ଧ୍ୟାରେ ଖେଳାଯାଇଥିବା କ୍ୱାର୍ଟର ଫାଇନାଲ୍ ମ୍ୟାଚ୍‌ରେ ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ମ୍ୟାଚ୍‌ରେ ଅୟହିକା ମୁଖାର୍ଜୀ ଓ ମନିକା ବତ୍ରା ଭାରତକୁ ୨-୦ର ଅପ୍ରତ୍ୟାଶିତ ଅଗ୍ରଣୀ ଦେଇଥିଲେ। ମାତ୍ର ଦକ୍ଷିଣ କୋରିଆ ସ୍କୋର୍ ୨-୨ରେ ସମାନ ସ୍ତରକୁ ନେଇଆସିଥିଲା। ଏହାପରେ ଅୟହିକା ଜିହିଙ୍କୁ ହରାଇ ଭାରତକୁ ବିଜୟ ଦେଇଥିଲେ। ଅୟହିକା ପ୍ୟାରିସ୍ ଅଲିମ୍ପିକ୍ କ୍ୱାର୍ଟର୍ ଫାଇନାଲ୍‌ରେ ପ୍ରବେଶ କରିଥିବା ଭାରତୀୟ ମହିଳା ଟିମ୍‌ର ସଦସ୍ୟ ନଥିଲେ। ମାତ୍ର ଅର୍ଚ୍ଚନା କାମଥଙ୍କ ସନ୍ନ୍ୟାସ ପରେ ସେ ଏହି ଟିମ୍‌କୁ ଫେରିଛନ୍ତି। ଅୟହିକା ଚଳିତ ବର୍ଷ ପ୍ରାରମ୍ଭରେ ବିଶ୍ୱ ଟିମ୍ ଚାମ୍ପିଅନ୍‌ଶିପ୍‌ରେ ବିଶ୍ୱର ନଂ.୧ ଖେଳାଳି ଚୀନ୍‌ର ସୁନ୍ ୟିଙ୍ଗସାଙ୍କୁ ହରାଇ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking