ନୂଆଦିଲ୍ଲୀ: ଭାରତର ପ୍ରତିଭାବାନ ସ୍କ୍ୱାଶ୍ ଖେଳାଳି ଅଭୟ ସିଂହ ମାଲେସିଆର ଜୋହରରେ ଚାଲିଥିବା ଏସିଆନ୍ ଡବଲ୍ସ ସ୍କ୍ୱାଶ୍ ଚାମ୍ପିଅନ୍ଶିପ୍ର ଦୁଇଟି ଇଭେଣ୍ଟ୍ର ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି । ଶୁକ୍ରବାର ଅନୁଭବୀ ଜ୍ୟୋତ୍ସ୍ନା ଚିନାପ୍ପାଙ୍କ ସହିତ ଯୋଡ଼ି ହୋଇ ଅଭୟ ମିକ୍ସଡ୍ ଡବଲ୍ସ କ୍ୱାର୍ଟର୍ ଫାଇନାଲ୍ରେ ମାଲେସିଆର ସିଆଫିକ୍ କମଲ ଏବଂ ଆଇରା ଅଜମନ୍ଙ୍କୁ ୧୧-୯, ୧୧-୬ରେ ହରାଇଛନ୍ତି । ସେହିପରି ପୁରୁଷ ଡବଲ୍ସରେ ଜାତୀୟ ଚାମ୍ପିଅନ୍ ଭେଲାଭାନ୍ ସେନ୍ଥିଲ୍କୁମାରଙ୍କ ସହ ପ୍ରଥମେ ହଂକଂର ଟିସ୍ଜ କ୍ୱାନ୍ ଓ ଚୁଙ୍ଗ୍ ୟାତ୍ ଲୁଙ୍ଗ୍କୁ ୧୧-୮, ୧୧-୧୦ରେ ଏବଂ ପରେ ମାଲେସିଆର ହାଫିଜ୍ ଜାଫ୍ରି ଏବଂ ଟନ୍କାନ୍ ଲିଙ୍କୁ ୧୧-୩, ୧୧-୯ରେ ହରାଇ ଶୀର୍ଷ ସ୍ଥାନର ସହ ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି । ତେବେ ମହିଳା ଡବଲ୍ସରେ ରଥିକା ଏବଂ ଜୂପାଙ୍କ ଭାରତୀୟ ଯୋଡ଼ି ପରାଜିତ ହୋଇଛି ।









