32.1 C
Bhubaneswar
Thursday, March 26, 2026
Homeଓଡିଶାଆଜି ଅଶୋକାଷ୍ଟମୀ: ରୁକୁଣା ରଥରେ ଆସିବେ ଶ୍ରୀଲିଙ୍ଗରାଜ

ଆଜି ଅଶୋକାଷ୍ଟମୀ: ରୁକୁଣା ରଥରେ ଆସିବେ ଶ୍ରୀଲିଙ୍ଗରାଜ

ଭୁବନେଶ୍ୱର: ଆଜି ପବିତ୍ର ଅଶୋକାଷ୍ଟମୀ । ଏକାମ୍ର କ୍ଷେତ୍ରର ରଥଦାଣ୍ଡରେ ଗଡିବ ଅଣ ଲେଉଟା ରୁକୁଣା ରଥ । ରଥରେ ଦର୍ଶନ ଦେବେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜ । ତାଙ୍କ ସହ ରଥରେ ବିରାଜିବେ ଶକ୍ତିସ୍ୱରୁପିଣୀ ମା’ ରୁକ୍ମିଣୀ ଓ ପ୍ରବୁ ବାସୁଦେବ । ଲକ୍ଷ ଲକ୍ଷ ଭକ୍ତଙ୍କ ସମାବେଶରେ ଚଳଚଞ୍ଚଳ ରଥଦାଣ୍ଡ । ହରିବୋଲ, ହୁଳୁହୁଳି ଶବ୍ଦ ସାଙ୍ଗକୁ ପାରମ୍ପରିକ ବାଦ୍ୟ ମୃଦଙ୍ଗ, ଝାଞ୍ଜ ଢୋଲ, ଲୋକନୃତ୍ୟର ସମାରୋହରେ ରଥଦାଣ୍ଡ ପଡିବ ଉଠିବ । ରଥ ଆଗେ ଚାଲିଥିବ ବିଶାଳ ପଟୁଆର ।ଡାହୁକ କୁହାଟ ପକାଉଥିବ ଓ ରଥ ଗଡ଼ୁଥିବ ଆଗକୁ ଆଗକୁ, ରାମେଶ୍ବର ମନ୍ଦିର ଅଭିମୁଖେ । ଏଭଳି ମହାର୍ଘ୍ୟ ମୁହୂର୍ତ୍ତକୁ ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। ମନ୍ଦିର ପ୍ରଶାସନ, ବିଏମ୍‌ସି ଓ କମିସନରେଟ୍‌ ପୁଲିସ ପକ୍ଷରୁ ସବୁ ପ୍ରସ୍ତୁତି ସରିଛି । ଆଜି ରାତି ସାରା ରଥଖଳାରେ ଚାଲିବ ଚୂଡ଼ାନ୍ତ ରଥ ପ୍ରସ୍ତୁତି । ରଥ ପ୍ରତିଷ୍ଠା ହେବ, ନେତ ଚଢ଼ିବ। ମଧ୍ୟରାତ୍ର ସୁଦ୍ଧା ରୁକୁଣା ରଥ ପୂରା ପ୍ରସ୍ତୁତ ହୋଇ ଅପେକ୍ଷା କରିବ ଶ୍ରୀଲିଙ୍ଗରାଜଙ୍କୁ କୋଳକୁ ନେବା ପାଇଁ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking