24.1 C
Bhubaneswar
Monday, April 6, 2026
Homeଦେଶ ବିଦେଶଦିଲ୍ଲୀ ହାଇକୋର୍ଟ ପକ୍ଷରୁ ଅଶ୍ନିର ଗ୍ରୋଭର ଓ ପତ୍ନୀଙ୍କୁ ବିଦେଶ ଗସ୍ତକୁ ମିଳିଲା ଅନୁମତି

ଦିଲ୍ଲୀ ହାଇକୋର୍ଟ ପକ୍ଷରୁ ଅଶ୍ନିର ଗ୍ରୋଭର ଓ ପତ୍ନୀଙ୍କୁ ବିଦେଶ ଗସ୍ତକୁ ମିଳିଲା ଅନୁମତି

ନୂଆଦିଲ୍ଲୀ : ମଙ୍ଗଳବାର ନୂଆଦିଲ୍ଲୀ ହାଇକୋର୍ଟ ପୂର୍ବତନ ଭରତପେ ଏମଡି ଅଶ୍ନିର ଗ୍ରୋଭର ଏବଂ ତାଙ୍କ ପତ୍ନୀ ମାଧୁରୀ ଜୈନ ଗ୍ରୋଭରଙ୍କୁ ଦୋହା ଏବଂ ବ୍ରିଟେନ ଯାତ୍ରା କରିବାକୁ ଅନୁମତି ଦେଇଛନ୍ତି। ଇକୋନୋମିକ୍ ଅଫେନ୍ସ ୱିଙ୍ଗ୍ (ଇଓଡବ୍ଲୁ) ଦ୍ୱାରା ଏକ ଲୁକ୍ ଆଉଟ୍ ସର୍କୁଲାର୍ (ଏଲଓସି) ଜାରି କରାଯାଇଥିଲା। ସେମାନେ ପୂର୍ବରୁ ଏଲଓସିକୁ ଚ୍ୟାଲେଞ୍ଜ କରିସାରିଥିଲେ। ଜଷ୍ଟିସ ସଞ୍ଜୀବ ନରୁଲା ଏହି ନିବେଦନକୁ ବିଚାର କରିବା ପରେ ଏହି ଦମ୍ପତିଙ୍କୁ ବିଦେଶ ଯାତ୍ରା କରିବାକୁ ଅନୁମତି ଦେଇଛନ୍ତି। ପତି-ପତ୍ନୀ ସେପ୍ଟେମ୍ବର ୨୮ ରୁ ଅକ୍ଟୋବର ୭ ପର୍ଯ୍ୟନ୍ତ ବ୍ରିଟେନ ଯାତ୍ରା କରିବାକୁ ଅନୁମତି ଲୋଡିଥିଲେ। ଅକ୍ଟୋବର ୧୭ ରୁ ୨୦ ପର୍ଯ୍ୟନ୍ତ ସେ ବ୍ରିଟେନ ଏବଂ ଦୋହାରେ ତାଙ୍କର କାର୍ଯ୍ୟକ୍ରମ ରହିଛି ବୋଲି କହିଥିଲେ । ଏହି ପିଟିସନକୁ ଦିଲ୍ଲୀ ପୋଲିସ ପାଇଁ ଏସପିପି ଓକିଲ ଋଷିକେଶ କୁମାର ବିରୋଧ କରିଥିଲେ। ତେବେ ଦିଲ୍ଲୀ ହାଇକୋର୍ଟ ଅଶ୍ନିର ଗ୍ରୋଭର ଓ ପତ୍ନୀ ଦୋହା ଏବଂ ବ୍ରିଟେନକୁ ଯାତ୍ରା କରିବାକୁ ଅନୁମତି ମିଳିଛି । ପୂର୍ବତନ ଭରତପେ ଏମଡି ଅଶ୍ନିର ଗ୍ରୋଭର ଏବଂ ତାଙ୍କ ପତ୍ନୀ ଙ୍କ ବିରୋଧରେ ୮୧ କୋଟି ଠକେଇ ଅଭିଯୋଗରେ ଦିଲ୍ଲୀ ପୋଲିସର ଇଓଡବ୍ଲୁ ଅନୁସନ୍ଧାନ ଜାରି ରହିଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking