20.1 C
Bhubaneswar
Friday, January 16, 2026
Homeଦେଶ ବିଦେଶକେଜ୍‌ରିୱାଲଙ୍କୁ ବଡ଼ ଝଟ୍‌କା: ନ୍ୟାୟିକ ହେପାଜତ ଅଗଷ୍ଟ ୮ ପର୍ଯ୍ୟନ୍ତ ବଢିଲା

କେଜ୍‌ରିୱାଲଙ୍କୁ ବଡ଼ ଝଟ୍‌କା: ନ୍ୟାୟିକ ହେପାଜତ ଅଗଷ୍ଟ ୮ ପର୍ଯ୍ୟନ୍ତ ବଢିଲା

ଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ସମସ୍ୟା ଦୂର ହେବାର ନାଁ ଧରୁନି। ଦିଲ୍ଲୀର ମଦ ଦୁର୍ନୀତି ସହ ଜଡିତ ସିବିଆଇ ମାମଲାରେ ରାଉସ ଆଭେନ୍ୟୁ କୋର୍ଟ କେଜ୍‌ରିୱାଲଙ୍କ ନ୍ୟାୟିକ ହେପାଜତକୁ ବୃଦ୍ଧି କରିଛନ୍ତି। ଅଗଷ୍ଟ ୮ରେ ଏହାର ଶୁଣାଣି ହେବ। ସିବିଆଇ ଅରବିନ୍ଦ କେଜ୍‌ରିୱାଲଙ୍କୁ ତିହାର ଜେଲରୁ ଗିରଫ କରିଥିଲା। କେଜ୍‌ରିୱାଲଙ୍କ ବ୍ୟତୀତ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଏବଂ ବିଆରଏସ ନେତା କେ କବିତା ମଧ୍ୟ ଭିଡିଓ କନଫରେନ୍ସିଂ ଜରିଆରେ କୋର୍ଟରେ ହାଜର ହୋଇଛନ୍ତି। ରାଉସ ଆଭେବ୍ୟୁ କୋର୍ଟ ମନୀଷ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ଜୁଲାଇ ୩୧ ପର୍ଯ୍ୟନ୍ତ ଏବଂ କେ କବିତାଙ୍କ ନ୍ୟାୟିକ ହେପାଜତକୁ ଜୁଲାଇ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହାପୂର୍ବରୁ ଜୁଲାଇ ୧୨ରେ କୋର୍ଟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ନ୍ୟାୟିକ ହେପାଜତକୁ ଜୁଲାଇ ୨୫କୁ ବୃଦ୍ଧି କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking