30.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶଇସ୍ତଫା ଦେଲେ ଅରବିନ୍ଦ କେଜ୍ରିୱାଲ

ଇସ୍ତଫା ଦେଲେ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ : ଇସ୍ତଫା ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଅବକାରୀ ଦୁର୍ନୀତି ମାମଲାରେ ଜାମିନରେ ଜେଲରୁ ମୁକୁଳିବା ପରେ ରବିବାର ସେ ଏହାର ଘୋଷଣା କରିଥିଲେ । ଏହାକୁ ନେଇ ସାରା ଦେଶର ରାଜନୀତି ସରଗରମ। ଉପରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଲେ କେଜ୍ରିୱାଲ । ତେବେ କେଜ୍ରିୱାଲଙ୍କ ସ୍ଥାନରେ ନୂଆ ମୁଖ୍ୟମନ୍ତ୍ରୀ ହେବେ ଆତିଶୀ । ଆପ୍ ବିଧାୟକ ଦଳ ବୈଠକରେ ଆତିଶୀଙ୍କ ନାଁରେ ମୋହର ବାଜିଥିଲା । ସର୍ବ ସମ୍ମତିକ୍ରମେ ଅତିଶୀଙ୍କୁ ମୁଖ୍ୟମନ୍ତ୍ରୀ ବାଛିଥିଲେ ବିଧାୟକ । ତେବେ ଏବ ଦିଲ୍ଲୀର ଶିକ୍ଷାମନ୍ତ୍ରୀ ଅଛନ୍ତି ଆତିଶୀ । କହି ରଖୁଛୁ, ଗତକାଲି ଅରବିନ୍ଦ କେଜ୍ରିଓ୍ୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ । ୨ ଦିନ ପରେ ସେ ସିଏମ୍‌ ପଦ ଛାଡ଼ିବେ ବୋଲି କହିଥିଲେ । ଆଜି ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ପଲିଟିକାଲ୍‌ ଆଫେୟାର୍ସ କମିଟି (ପିଏସି)ର ଏକ ବୈଠକ ହୋଇଥିଲା । ଆଜି ସକାଳ ୧୧ଟାରେ ଆମ୍ ଆଦମୀ ପାର୍ଟି ବିଧାୟକମାନଙ୍କର ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମରେ ମୋହର ବାଜିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking