28.1 C
Bhubaneswar
Friday, March 27, 2026
Homeଓଡିଶାଦାୟିତ୍ୱ ଗ୍ରହଣ କଲେ ଅରୁଣ ଷଡ଼ଙ୍ଗୀ

ଦାୟିତ୍ୱ ଗ୍ରହଣ କଲେ ଅରୁଣ ଷଡ଼ଙ୍ଗୀ

ଭୁବନେଶ୍ୱର : ମଙ୍ଗଳବାର ଓପିଏସସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ଅରୁଣ ଷଡ଼ଙ୍ଗୀ । ୬ ବର୍ଷ ପାଇଁ ଆୟୋଗରେ ନିଜର ଦାୟିତ୍ୱ ତୁଲାଇବେ ଅରୁଣ ଷଡ଼ଙ୍ଗୀ। ଦାୟିତ୍ୱ ଗ୍ରହଣ କରିବା ପରେ ଅରୁଣ ଷଡ଼ଙ୍ଗୀ କହିଛନ୍ତି ଯେ, ମୋତେ ଏକ ଗୁରୁ ଦାୟିତ୍ୱ ମିଳିଛି। ଗୁରୁ ଦାୟିତ୍ୱକୁ ନିଷ୍ଠା ଓ ସ୍ୱଚ୍ଛତା ସହ ନିର୍ବାହ କରିବି। ପରୀକ୍ଷାରେ ସ୍ୱଚ୍ଛତା ଓ ଚୟନ ପକ୍ରିୟାରେ ସ୍ୱଚ୍ଛତା ଆଣିବା ଆମର ପ୍ରାଥମିକତା ରହିବ। ଠିକ୍ ସମୟରେ ପରୀକ୍ଷା ଉପରେ ଗୁରୁତ୍ୱ ଦିଆଯିବ। ଟଙ୍କା ବା ଲାଞ୍ଚ ଦେଇ ଯଦି କେହି ପରୀକ୍ଷାର୍ଥୀଙ୍କୁ ଚାକିରି ଦେବା ପାଇଁ କହୁଛି, ତେବେ ତାହା କେବଳ ଠକେଇ ପାଇଁ କହୁଛି। ପରୀକ୍ଷାର୍ଥୀ ସେଥିରେ ନ ପଡ଼ିବା ପାଇଁ ପରାମର୍ଶ ଦେଉଛି ବୋଲି ମତ ପ୍ରକାଶ କରିଛନ୍ତି ଆଇପିଏସ୍‌ ଅରୁଣ ଷଡ଼ଙ୍ଗୀ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking